ପାଞ୍ଚ ହଜାର ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଲେ ଡାକ ଇନ୍ସପେକ୍ଟର

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ପାଞ୍ଚ ହଜାର ଲାଞ୍ଚ ନେଉଥିବାବେଳେ ସିବିଆଇ ହାତରେ ଧରାପଡିଲେ ଡାକ ଇନ୍ସପେକ୍ଟର ।ନର୍ଥ ଡିଭିଜନର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର, ବିକାଶ କିସପଟ୍ଟା ନାମକ ଜଣେ ଗ୍ରାମୀଣ ଡାକ ସେବକଙ୍କଠାରୁ ବକେୟା ଦରମା ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ସିବିଆଇ ଟିମ୍ ହାତରେ ଧରାପଡିଲେ । ଏହି ସିବିଆଇ ଟିମ୍‌ରେ ୭ ଜଣ ରହିଛନ୍ତି ।

ତେବେ ବିକାସ କିସପଟ୍ଟାଙ୍କଠାରୁ ୧୦ହଜାର ଡିମାଣ୍ଡ କରିଥିବା ବେଳେ ମୁଲଚାଳ ହୋଇ ୫ ହଜାର ଟଙ୍କାରେ କଥା ଛିଡିଥିଲା । ତେବେ କଥା ଅନୁଯାୟୀ ୫ ହଜାର ଟଙ୍କା ଦେଉଥିବା ବେଳେ ସିବିଆଇ ମାଡି ବସିଲା । ଇନ୍ସପେକ୍ଟର ଉଜ୍ଜ୍ବଳ କୁମାରଙ୍କୁ ସିବିଆଇ ଅଧିକ ପଚରା ଉଚରା କରୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜର ଧରିବାରେ ଲାଗିଛି ।

Related Posts