ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ଗିରଫ ହେଲା ଆଉ ଜଣେ ଶୁଟର୍

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲାରେ ଧରାପଡିଲା ଆଉ ଜଣେ ଶାର୍ପ ଶୁଟର୍‌। ମହାରାଷ୍ଟ୍ରର ପୁଣେ ପୁଲିସ ଶୁଟର୍‌ ସନ୍ତୋଷ ଯାଦବଙ୍କୁ ଗିରଫ କରିଛି। ଏଥିସହ ଏହି ହତ୍ୟାକାଣ୍ଡରେ ସାମିଲ ଯାଦବଙ୍କ ଜଣେ ସନ୍ଦିଗ୍ଧ ସହଯୋଗୀ ମଧ୍ୟ ଗିରଫ ହୋଇଥିବା ଜଣାପଡିଛି। ଏନେଇ ଅତିରିକ୍ତ ମହାନିର୍ଦ୍ଦେଶକ କୁମାର ସାରଙ୍ଗାଲ ସୋମବାର ପ୍ରେସମିଟ୍‌ କରି ଗିରଫଦାରୀ ବିଷୟରେ ସୂଚନା ଦେଇଛନ୍ତି। ସେପଟେ ପୁଲସ କହିବା ମୁତାବକ, ଦିଲ୍ଲୀର ତିହାଡ ଜେଲ୍‌ରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ସନ୍ତୋଷ ଯାଦବକୁ ୨୦୨୧ ପୁଣେ ଜିଲ୍ଲା ମଞ୍ଜର ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ଏକ ହତ୍ୟା ମାମଲାରେ ଗିରଫ କରାଯାଇଛି। ସେ ବର୍ଷେ ହେଲା ଫେରାର ଥିଲା।

ସେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ଜଡିତ ଅଛି। ସେ ଆଉ ନାଗନାଥ ସୂର୍ଯ୍ୟବଂଶୀଙ୍କ ନାଁ ଏହି ମାମଲାରେ ସାମ୍ନାକୁ ଆସିଛି। ଯାଦବଙ୍କୁ ଖୋଜିବା ପାଇଁ ପୁଣେ ପୁଲିସ ଗତ ସପ୍ତାହରେ ନିଜର ଏକ ଟିମ୍‌କୁ ଗୁଜରାଟ ଓ ରାଜସ୍ଥାନ ପଠାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।

Related Posts