ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଧାନସଭାର ୨୫ ତମ ବାଚସ୍ପତି ଭାବେ ଶପଥ ନେଲେ ବିକ୍ରମ ଆରୁଖ । ତେବେ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ୬ଥରର ବିଧାୟକ ବିକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ପ୍ରସ୍ତାବ ଦେବା ପରେ ବାଚନିକ ଭୋଟରେ ସେ ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଦିନିକିଆ ଅଧିବେଶନରେ କଂଗ୍ରେ୍ସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ, କହିଛନ୍ତି ଦଳୀୟ ସ୍ୱାର୍ଥରୁ ଉପରକୁ ଉଠି ସେ ଗୃହ ପରିଚାଳନା କରିବା ଉଚିତ । ଓଡିଶା ବିଧାନସଭାର ୨୫ ତମ ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି ଭଞ୍ଜନଗରର ୬ ଥରର ବିଧାୟକ ବିକ୍ରମ କେଶରୀ ଆରୁଖ ।

ସ୍ୱତନ୍ତ୍ର ଭାବେ ଡକାଯାଇଥିବା ବିଧାନସଭା ଅଧିବେଶନରେ ବାଚନିକ ଭୋଟ୍ ମାଧ୍ୟମରେ ବିକ୍ରମ ଆରୁଖ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ବିଧାନସଭାରେ ବିକ୍ରମ କେଶରୀ ଆରୁଖଙ୍କ ଦୀର୍ଘଦିନର ଅଭିଜ୍ଞତା ରହିଛି । ଦୀର୍ଘବର୍ଷ ଧରି ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିଲେ । ଆଇନ, ସଂସଦୀୟ ବ୍ୟାପାର ଓ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ବିକ୍ରମ ଆରୁଖ ।