ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ମମତା ବାନାର୍ଜୀଙ୍କ ଦ୍ଵାରା ଡକାଇଥିବା ବୈଠକରେ ଯୋଗ ଦେବ କଂଗ୍ରେସ ।ତେବେ ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା ପାଇଁ ବୁଧବାର ଦିନ ଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ କଂଗ୍ରେସ ଯୋଗ ଦେବ ବୋଲି ସୂଚନା ମିଳିଛି | ସେପଟେ ରାଷ୍ଟ୍ରପତି ନିର୍ବାଚନରେ ଏଥର ଜିତିବା ପାଇଁ ଏନଡିଏ ପାଖରେ ପର୍ଯ୍ୟାପ୍ତ ଭୋଟ୍ ନାହିଁ। ଏଭଳି ପରିସ୍ଥିତିରେ ମମତା ବାନାର୍ଜୀ ଡାକରା ଦେଇଥିବା ସଭାରେ କଂଗ୍ରେସ ଯୋଗ ଦେବ ।
କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ ଏବଂ ରଣଦୀପ ସିଂ ସୁରଜେୱାଲା ଯୋଗଦେବେ। ଏହା ବ୍ୟତୀତ ଆରଏଲଡି ନେତା ଜୟନ୍ତ ଚୌଧୁରୀ ମଧ୍ୟ ଏହି ସଭାରେ ଅଂଶଗ୍ରହଣ କରିବେ। ତେବେ ସମ୍ଭାବ୍ୟ ପ୍ରାର୍ଥୀ ଭାବରେ ଏନସିପି ନେତା ଶରଦ ପାୱାରଙ୍କ ନାମ ଶୁଣିବାକୁ ମିଳୁଥିଲେ ବି ପାୱାର ରେସରେ ନାହାନ୍ତି ବୋଲି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
