ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ଦେଶରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି। ସେପଟେ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ବିଚାର କରୁଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ ପ୍ରାର୍ଥୀ କରାଯିବ ସେନେଇ ସମସ୍ତ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। ଏହି ସମୟରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି। କିନ୍ତୁ ରାଷ୍ଟ୍ରପତି ଦୌଡ଼ରେ ଶରଦ ପାୱାର ନାହାନ୍ତି ବୋଲି ଏନସିପି ସ୍ପଷ୍ଟ କରିଛି । ଅନ୍ୟପଟେ ରାଷ୍ଟ୍ରପତି ପଦ ପାଇଁ ଦୌଡ଼ରେ ଏନସିପି ସଭାପତି ଶରଦ ପାୱାରଙ୍କ ନାମ ଅନେକ ଥର ଚର୍ଚ୍ଚା ହୋଇଛି।
କିନ୍ତୁ ସମୟ ସମୟରେ ଶରଦ ପାୱାର ଏହାକୁ ଅସ୍ବୀକାର କରି ନିଜ ଇଚ୍ଛାରୁ ମୁହଁ ଫେରାଇ ନେଇଛନ୍ତି। କିନ୍ତୁ ତାଙ୍କ ନାମର ଆଲୋଚନା ଜାରି ରହିଛି ରିପୋର୍ଟ ଅନୁଯାୟୀ, କଂଗ୍ରେସ, ଟିଏମସି, ଆମ ଆଦମୀ ପାର୍ଟି ଏବଂ ଡିଏମକେ ପରେ ବର୍ତ୍ତମାନ ଶିବସେନା ମଧ୍ୟ ଶରଦ ପାୱାରଙ୍କ ନାମରେ ରାଜି ହୋଇଛନ୍ତି।
