ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ):  ରାହୁଲଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ଠାରୁ ପ୍ରଶାସନ ପର୍ଜନ୍ତ୍ ସମସ୍ତେ ଆପ୍ରାଣ ଉଦ୍ୟମ କରୁଛନ୍ତି । ସେପଟେ ରାହୁଲ ପାଇଁ ପ୍ରସ୍ତୁତ ୩ ଆମ୍ବୁଲାନ୍ସ । ଉଦ୍ଧାର ପରେ ରାହୁଲକୁ ସୁରକ୍ଷିତ ମେଡିକାଲ ନେବା ପାଇଁ ୩ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଟନେଲ ଭିତରକୁ ଅକ୍ସିଜେନ ଓ ଷ୍ଟ୍ରେଚର ନିଆଯାଇଛି ।ସୂଚନା ଅନୁସାରେ ପ୍ରଥମ ଆମ୍ବୁଲାନ୍ସରେ ରାହୁଲକୁ ନିଆଯିବ ।

ସେହିଭଳି ଆଉ ୨ଟି ଆମ୍ବୁଲାନ୍ସକୁ ମଧ୍ୟ ପ୍ରସ୍ତୁତ କରିରଖାଯାଇଛି । ପ୍ରଶାସନ ପକ୍ଷରୁ ମଧ୍ୟ ଗ୍ରୀନ କରିଡର କରିରଖାଯାଇଛି । କର୍ଡନ କରିବା ପାଇଁ ବ୍ୟାପକ ପୋଲିସ ମଧ୍ୟ ମୁତୟନ ରଖାଯାଇଛି । ଶେଷ ପର୍ଯ୍ୟାୟରେ କେବଳ ମାଟି ଖୋଳାଚାଲିଛି । ମାଟିଖୋଳା ପରେ ତାକୁ ତୁରନ୍ତୁ ମେଡିକାଲ ନିଆଯିବ ।