ନୂଆଦିଲ୍ଲୀ : ଚର୍ଚ୍ଚାରେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ । ଜଣେ ଦଳିତ ମହିଳା ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ସୋନିଆଙ୍କ ବ୍ୟକ୍ତିଗତ ସଚିବ ପିପି ମାଧବନଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ଏହି ଅଭିଯୋଗ ପରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ମାଧବନ ଜଣେ ଦଳିତ ମହିଳାଙ୍କୁ ଚାକିରି ଦେବେ ବୋଲି କହି ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ମାଧବନଙ୍କ ବିରୋଧରେ ଚାକିରି ଓ ବିବାହ କରିବା ପ୍ରତଶୃତିରେ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀର ଉତ୍ତମନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନାଥାଉକି, ପୀଡି଼ତା ମହିଳାଙ୍କ ସ୍ୱାମୀ କଂଗ୍ରେସ କାର୍ଯ୍ୟାଳୟରେ ହୋର୍ଡିଙ୍ଗ ଲଗାଉଥିଲେ। ୨୦୨୦ ରେ ମହିଳାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କୁ ଚାକିରି ଦିଆଯିବ ବୋଲି କୁହାଯାଇଥିଲା। ପୀଡ଼ିତା ମହିଳାଜଣଙ୍କ ଦଳିତ ବୋଲି ଜଣା ପଡ଼ିଛି।

ଜୁନ୍‌ ୨୬ରେ ଦିଲ୍ଲୀର ଉତ୍ତମନଗର ଥାନାରେ ଦୁଷ୍କର୍ମ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି।ଏହା ସହିତ ଡିଡିୟୁ ଡାକ୍ତରଖାନାରେ ପୋଲିସ ମହିଳାଙ୍କର ଡାକ୍ତରିମାଇନା କରିଛି। ଫେବୃଆରୀ ୨୦୨୨ରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଛି ବୋଲି ମହିଳା ଅଭିଯୋଗରେ କହିଛନ୍ତି । ମେଡ଼ିକାଲ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ।