ପୁରୀ : ଆଉ ମାତ୍ର ତିନି ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ସେପଟେ ଆସିବାକୁ ଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ କୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟାବସ୍ଥା ଉପରେ
ଗୁରୁତ୍ଵ ରୋପ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । ଏନେଇ ତାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରାକୁ ସୂଚାର ରୂପେ ସମ୍ପର୍ଣ୍ଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବ୍ୟବସ୍ଥାକୁ ନେଇ ସମୀକ୍ଷା କରିଥିଲେ ମନ୍ତ୍ରୀ। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଏହାକୁ ଲକ୍ଷ୍ୟ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି।
ସେହିପରି ଆମ୍ବୁଲାନ୍ସ ସମେତ ସ୍ବେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ ଘଣ୍ଟା ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମୁତାବକ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ରଥଯାତ୍ରା ଦିନ ୧୦ଲକ୍ଷ ମାସ୍କ ବଣ୍ଟନ କରାଯିବ। ଏହାସହ ଆଇସିୟୁ ମଧ୍ୟ ପ୍ରସ୍ତୁତ ରହିବ। କୋଭିଡ଼ ସଂକ୍ରମଣକୁ ନେଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିବା ବେଳେ ଭକ୍ତ ମାନଙ୍କ ସ୍ୱାସ୍ଥ୍ୟ ସୁବିଧା ଉପରେ ବିଶେଷ ଧ୍ୟାନ ଦିଆଯାଇଥିବା କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ
