ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶେଖ୍ ଜାଏଦ ମସଜିଦ ବୁଲିଲେ ମୁଖ୍ୟମନ୍ତ୍ରୀ ନବୀନ । ତେବେ ରୋମ୍ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆବୁଧାବିରେ ପହଞ୍ଚିଥିଲେ । ପ୍ରଥମ ଦିନରେ ନବୀନ ଆବୁଧାବିର ମାର୍ବଲ କାରୁକାର‌୍ୟ୍ୟପୂର୍ଣ୍ଣ ସେଖ ଜାୟେଦ ମସଜିଦ୍ ବୁଲି ଦେଖିଛନ୍ତି । ଏହି ମସଜିଦ୍ର ସୌନ୍ଦର‌୍ୟ୍ୟପୂର୍ଣ୍ଣ କାରୁକାର‌୍ୟ୍ୟ, ସ୍ଥାପତ୍ୟକୁ ବେଶ୍ ପ୍ରଶଂସା କରିଛନ୍ତି ନବୀନ । ଟ୍ୱିଟ୍ରେ ନବୀନ କହିଛନ୍ତି, ଏଥିରେ ବ୍ୟବହୃତ ମାର୍ବଲ ରାଜସ୍ଥାନର ମାର୍କଣା ଗାଁରୁ ଆବୁଧାବି ଯାଇଥିଲା ।

କାରିଗର ମଧ୍ୟ ରାଜସ୍ଥାନର ସେଇ ଗାଁରୁ ଆବୁଧାବି ଯାଇଥିଲେ । ଶେଷରେ ସେ ଲେଖିଛନ୍ତି, ଭାରତର ସ୍ପର୍ଶ ସବୁଠି ରହିଛି । ମୁଖ୍ୟମନ୍ତ୍ରୀ ଆଜି ଢେର ଦିନ ପରେ ଭିନ୍ନ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ସବୁବେଳେ ଧଳା ରଙ୍ଗର କୁର୍ତ୍ତା ପିନ୍ଧୁଥିବା ନବୀନ ଆଜି ନୀଳ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।