ନୂଆଦିଲ୍ଲୀ: ଆବର ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି ଓଏନ୍ଜିସି ହେଲିକପ୍ଟର । ସାଗର କିରଣ ରିଗ୍ ନିକଟରେ ବିମାନଟିକୁ ପାଇଲଟଙ୍କୁ ଜରୁରୀ ଅବତରଣ କରିଛନ୍ତି ପାଇଲଟ୍ । ହେଲିକପ୍ଟରରେ ୨ ଜଣ ପାଇଲଟ ଓ ୭ ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୩ଜଣ ଏବେବି ନିଖୋଜ ଅଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନେଇ ଓଏନ୍ଜିସି ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ୭ ଯାତ୍ରୀ ଓ ୨ ଜଣ ପାଇଲଟଙ୍କୁ ନେଇ ମୁମ୍ବାଇରୁ ଉଡାଣ ଭରିଥିବା ଏକ ହେଲିକପ୍ଟର ଆଜି ସାଗର କିରଣର ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ ଲିମିଟେଡ୍ ରିଗ୍ ପାଖରେ ଆରବ ସାଗରରେ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି। ଏହି ହେଲିକପ୍ଟରରେ ୬ଜଣ ଓଏନ୍ଜିସି କର୍ମୀ ଥିଲେ। ତେବେ ହେଲିକପ୍ଟରକୁ କେଉଁ କାରଣରୁ ଆରବ ସାଗରରେ ଜରୁରୀ ଅବତରଣ କରିବାକୁ ପଡିଥିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ONGC ର ଆରବ ସାଗରରେ ଅନେକ ରିଗ୍ ଏବଂ ଇନଷ୍ଟଲେସନ୍ ଅଛି ଯାହାର ବ୍ୟବହାର ସମୁଦ୍ର ପତ୍ତନ ତଳେ ଅବସ୍ଥିତ ଜଳଭଣ୍ଡାରରୁ ତୈଳ ଏବଂ ଗ୍ୟାସ୍ ଉତ୍ପାଦନ ପାଇଁ କରାଯାଏ ।
