ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରିଲାଏନ୍ସ ଜିଓର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମୁକେଶ ଅମ୍ବାନୀ । ତେବେ ଅଣ-କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁକେଶଙ୍କ ପୁଅ ଆକାଶ ଅମ୍ବାନୀଙ୍କୁ ନୂତନ ବୋର୍ଡର ଚେୟାରମ୍ୟାନ୍ ଭାବରେ ଘୋଷଣା କରାଯାଇଛି । ସେପଟେ ୨୭ ଜୁନ୍ ଠାରୁ ମୁକେଶ ଅମ୍ବାନୀ କମ୍ପାନୀର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।

୨୭ ଜୁନ୍, ୨୦୨୨ ସୋମବାର ଦିନ ଜିଓର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ପଙ୍କଜ ମୋହନ ପାୱାର ୨୭ ଜୁନ୍ ଠାରୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ରିଲାଏନ୍ସ ଜିଓ ଇନଫୋକମ୍ ଏକ ନିୟାମକପତ୍ରରେ କମ୍ପାନୀର ଏକ ବୈଠକରେ କହିଛନ୍ତି ଯେ ଅଣ-କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଆକାଶ ଅମ୍ବାନୀଙ୍କୁ କମ୍ପାନୀର ବୋର୍ଡର ଚେୟାରମ୍ୟାନ୍ ଭାବରେ ନିଯୁକ୍ତିକୁ ଅନୁମୋଦନ କରାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।