କହ୍ନୈୟାଲାଲ ହତ୍ୟା ମାମଲା; ହତ୍ୟାକାରୀଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବା ପାଇଁ ଦାବି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।ଏହା ମଧ୍ୟରେ କହ୍ନୈୟା ଲାଲଙ୍କୁ ନୃଶଂସ ହତ୍ୟା ମାମଲାର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି । ତେବେ କହ୍ନୈୟାଲାଲଙ୍କ ଶରୀରରେ ୨୬ଟି ଗମ୍ଭୀର କ୍ଷତଚିହ୍ନ ରହିଛି । ଏନ୍ଆଇଏ ଓ ଏସ୍ଆଇଟି ଘଟଣାର ତଦନ୍ତ ଆରମ୍ଭ କରଛନ୍ତି । ସେପଟେ ଅଭିଯୁକ୍ତ ରିଆଜ୍ ଓ ମହମ୍ମଦ ଗୋସଙ୍କୁ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି ଉଠିଲାଣି । ରାଜସ୍ଥାନର ଜଣେ ମନ୍ତ୍ରୀ ୪ ଦିନ ମଧ୍ୟରେ ଫାଶୀ ଦେବାକୁ ଦାବି କରିଛନ୍ତି । କହ୍ନୈୟା ଲାଲଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ଅନ୍ୟପଟେ ରାଜସ୍ଥାନ ଉଦୟପୁରର ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହତ୍ୟାକାରୀ ଗ୍ରାହକ ବେଶରେ ଆସି ଟେଲର କହ୍ନୈୟା ଲାଲଙ୍କୁ ହତ୍ୟା କରିଥିଲେ । ରାଜସ୍ଥାନ ଉଦୟପୁର, ଭୁତମହଲ ଅଂଚଳରେ ସୁପ୍ରିମ ଟେଲର ନାମକ ଦୋକାନ ରହିଥିଲା ତାଙ୍କର ।

ମଙ୍ଗଳବାର ଅପରାହ୍ଣରେ ୨ ହତ୍ୟାକାରୀ ରିଆଜ୍ ଓ ମହମ୍ମଦ ଗୋସ୍, ଗ୍ରାହକ ଭାବେ କହ୍ନୈୟାଙ୍କ ସିଲେଇ ଦୋକାନକୁ ଆସିଥିଲେ । କହ୍ନୈୟାଙ୍କୁ ସେମାନଙ୍କ ମାପ ନେବାପାଇଁ କହିଥିଲେ । ମାପ ଟେପ୍ ଧରି କହ୍ନୈୟା ଯେତେବେଳେ ମାପ ନେଉଥିଲେ ଏହିସମୟରେ ଖଣ୍ଡାରେ କହ୍ନୈୟାଙ୍କ ବେକକୁ ନୃଶଂସ ଭାବେ କାଟିଦେଇଥିଲେ । ଯେତେବେଳେ ଜଣେ କହ୍ନୈୟାଙ୍କୁ ହତ୍ୟା କରୁଥିଲେ, ସେତେବେଳେ ତାଙ୍କ ସହ ଥିବା ଅନ୍ୟ ଜଣଙ୍କ ହତ୍ୟାକାଣ୍ଡର ଭିଡିଓ କରୁଥିଲେ । ହତ୍ୟାକାଣ୍ଡ ପରେ ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା କରିଥିଲେ ହତ୍ୟାକାରୀ ରିଆଜ୍ ଓ ମହମ୍ମଦ । ନୁପୁର ଶର୍ମାଙ୍କ ବିବାଦୀୟ ବୟାନଙ୍କୁ କହ୍ନୈୟା ସମର୍ଥନ କରିଥିବାରୁ ସେ ତାଙ୍କୁ ହତ୍ୟା କରିବା କଥା ଭିଡିଓରେ ସ୍ୱିକାର ବି କରିଥିଲେ । ଏଥିସହ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବି ହତ୍ୟାର ଧମକ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । 

Related Posts