ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଓଡିଆ ଫାଇଟରଙ୍କୁ ଆକ୍ରମଣ ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ତେବେ ଆଫଗାନିସ୍ତାନ ଖେଳାଳି ଓ ଆଫଗାନୀ ଦର୍ଶକ ଆକ୍ରମଣ କରିଥିବା ଜଣାପଡିଛି । ସେପଟେ ଓଡିଆ ମିକ୍ସଡ୍ ମାର୍ଶାଲଆର୍ଟ ବା ଏମଏମଏ ଫାଇଟର ଶ୍ରୀକାନ୍ତ ଶେଖର ଦିଲ୍ଲୀର ସିରିଫୋର୍ଟକ୍ ମ୍ପେ୍ଲକ୍ସରେ ମାଟ୍ରିକ ଫାଇଟ୍ ନାଇଟ୍ ଦେଖୁଥିବାବେଳେ ତାଙ୍କୁ ଆଫଗାନୀ ଫାଇଟର ଅବଦୁଲ ବଦାକାସି ଆକ୍ରମଣ କରିଥିଲେ । ପୂର୍ବରୁ ଏହି ପ୍ରତିଯୋଗିତରେ ଭାଗ ନେଇ ନିଜ ବାଉଟ ଜିତିଥିବା ଶ୍ରାକାନ୍ତ ସେତେବେଳେ ରିଙ୍ଗ ବାହାରେ ନିଜ ସାଥୀ ଖେଳାଳିଙ୍କୁ ସମର୍ଥନ କରୁଥିଲେ ।
ଏହି ସମୟରେ କିଛି ଆଫଗାନି ଦର୍ଶକ ମଧ୍ୟ ତାଙ୍କ ଉପରକୁ ପାଣି ବୋତଲ ଓ କାଗଜ ଗୁଳା କରି ଫୋପାଡିଥିଲେ । ପରେ ଆକ୍ରମଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣ ଯୋଗୁଁ ଶ୍ରୀକାନ୍ତଙ୍କ ମୁହଁର ହାଡ ଭାଙ୍ଗିଯଇଥିବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଶ୍ରୀକାନ୍ତ ଶେଖରଙ୍କ ସାନଭାଇ ରମାକାନ୍ତ ମାଝି ଏହି ଘଟଣାରେ ସମ୍ପୃକ୍ତ ଆଫଗାନିସ୍ତାନ ଫାଇଟରଙ୍କ ବିରୋଧରେ ମାମଲା ଦାଏର କରି ଦୃଢ କାର୍ଯ୍ୟାଳନୁଷ୍ଠାନ ଦାବି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





