ନୂଆଦିଲ୍ଲୀ : ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ । ଫଳରେ ଆଜି ସକାଳୁ ସକାଳୁ ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ଆସିଛି । ଇଣ୍ଡିଆନ ଅଏଲ କର୍ପୋରେଶନ ବା ଆଇଓସିର େଓବସାଇଟରେ ଦିଆଯାଇଥିବା ।
ସୂଚନା ଅନୁଯାୟୀ, ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୯୮ ଟଙ୍କା ଶସ୍ତା ହୋଇଛି । ଏବେ ଏହାର ଲାଭ ଜନତାଙ୍କୁ ମିଳିବ ।
ରାଜଧାନୀ ଦିଲ୍ଲୀରେ ଆଜିଠାରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୯ କିଲୋଗ୍ରାମରେ ୧୯୮ ଟଙ୍କା ଶସ୍ତା ହୋଇଛି । ମୁମ୍ବାଇରେ ଏହାର ଦାମ ୧୯୦ଟଙ୍କା ୫୦ ପଇସା, କୋଲକାତାରେ ଏହାର ଦାମ ୧୮୨ ଟଙ୍କା ଶସ୍ତା ହୋଇଥିବା ବେଳେ ଚେନ୍ନାଇରେ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦାମ ୧୮୭ ଟଙ୍କା ଶସ୍ତା ହୋଇଛି ।
ତେବେ ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
