ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଏବେ ଭୟବିତ । ତେବେ ଆଜି ଶୁକ୍ରବାର ସେ ସୁପ୍ରିମକୋର୍ଟ ଯାଇଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ଚାଲିଥିବା ମାମଲାଗୁଡିକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଛନ୍ତି। ଏଥିସହ କ୍ରମାଗତ ଭାବରେ ହତ୍ୟା ଧମକ ଦିଆଯାଉଥିବାରୁ ସେ ଭୟଭୀତ ଥିବା ନୂପୁର କହିଛନ୍ତି।
ସୂଚନାଯୋଗ୍ୟ,ଟିଭି ବିତର୍କ ସମୟରେ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁର ତଦନ୍ତର ସମ୍ମୁଖୀନ ହୋଇଛନ୍ତି। ଭାଜପା ମଧ୍ୟ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏହି ଘଟଣାକୁ ନେଇ ଦେଶର ଅନେକ ସ୍ଥାନରେ ଅଶାନ୍ତି ଦେଖାଦେଇଥିଲା । ଏପରିକି ତାଙ୍କୁ ଗିରଫ କରିବା ନେଇ ଦାବି ହୋଇଥିଲା ।
