ଦୁବାଇ: ଏକ ଭୟଙ୍କର ଭୂକମ୍ପ ଝଟକାରେ ଥରିଲା ଇରାନ । ଆଫଗାନିସ୍ତାନ ପରି ଇରାନ ରେ ମଧ୍ୟ ସେତିକି ତୀବ୍ରତାର ଭୟଙ୍କର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।
ଏଥିରେ ବର୍ତ୍ତମାନ ସୁଧା ମୃତ୍ୟୁ ସଂଖ୍ୟା ୩ ରହିଥିବା ବେଳେ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଭୂମିକମ୍ପରେ ତୀବ୍ରତା ୬.୧ ହୋଇଥିବା ବେଳେ ଏହାର ଝଟ୍କା ୟୁନାଇଟେଡ୍ ଆରବ ଏମିରେଟ୍ରେ ଅନୁଭୂତ ହୋଇଛି। ଶନିବାର ଦକ୍ଷିଣ ଇରାନ ରେ ଏହି ଭୂମିକମ୍ପ ହୋଇଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି। ଏହି ଭୂମିକମ୍ପରେ ୮ ଜଣ ଆହତ ହୋଇଛନ୍ତି।
ଇରାନ ଗଣମାଧ୍ୟମ ଭୂମିକମ୍ପରେ ତୀବ୍ରତା ୬.୧ କହିଥିବା ବେଳେ ୟୁରୋପିୟନ ମିଡିଆଟେରେନ ସେସ୍ମୋଲୋଜୀ ସେଣ୍ଟର(EMSC) ଏହାର ତୀବ୍ରତା ୬.୦ କହିଛି। ୧୦ କିମି ଗଭୀରତାରୁ ଏହା ସୃଷ୍ଟି ହୋଇଥିବା EMSC କହିଛି। ରାତି ୧ଟା ବେଳେ ଭୂମିକମ୍ପ ହୋଇଥିବା ଇରାନର ନ୍ୟାସ୍ ସେଣ୍ଟର ଫର ମେଟ୍ରୋଲୋଜୀ କହିଛି।
