ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡ଼ିଶା ୧ ନମ୍ବର ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ । ବିଧାନସଭା ପ୍ରଶ୍ନକାଳରେ ଖୁସି ପ୍ରକାଶ କଲେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ସେ କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ଓଡିଶା ୧ ନମ୍ବର ହୋଇଛି ।

ତେଣୁ ଆଜି ଗୋଟେ ଖୁସି ଦିନ ବୋଲି ରଣେନ୍ଦ୍ର କହିଛନ୍ତି । ଯେଭଳି କୋଭିଡ୍ ସମୟରେ କେହି ଭୋକିଲା ରହିବେନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଥିଲେ । ମାଗଣାରେ ଚାଉଳ ଯୋଗାଇ ଦିଆଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ପ୍ରଶ୍ନକାଳରେ ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହ କଥା କଥାକଟି ହୋଇଥିବାର ଦେଖିବାକୁ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।