ପ୍ରଶ୍ନକାଳରେ ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ କଥା କଟାକଟି ହେଲେ ନରସିଂହ ଓ ରଣେନ୍ଦ୍ର ପ୍ରତାପ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଶ୍ନକାଳରେ ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ କଥା କଟାକଟି ହେଲେ ନରସିଂହ ଓ ରଣେନ୍ଦ୍ର ପ୍ରତାପ । ତେବେ ରାଜ୍ୟରେ ଭାଗଚାଷୀ ଆଇନ ନଥିବା ସତ୍ତ୍ବେ କିପରି ରାୟଗଡ଼ାର ଚାଷୀଙ୍କୁ ସହାୟତା ଦିଆଗଲା ଏବଂ ସେହି ଜିଲ୍ଲାର ଚାଷୀଙ୍କ ଆୟ କେତେ ତାହାର ଉତ୍ତର ମନ୍ତ୍ରୀ ଗୃହରେ ରଖନ୍ତୁ ଦାବି କରିଥିଲେ ନରସିଂହ ମିଶ୍ର । ରାଜ୍ୟରେ ଚାଷୀଙ୍କ ଆୟ ୫ ହଜାର ୧୧୨ ଟଙ୍କା ଥିବା ବେଳେ ରାୟଗଡା ଜିଲ୍ଲାର ଚାଷୀଙ୍କ ଆୟ କେତେ ବୋଲି ପ୍ରଶ୍ନ କରି ମନ୍ତ୍ରୀଙ୍କ ଠାରୁ ସ୍ପଷ୍ଟ ଉତ୍ତର ଲୋଡିଥିଲେ ସେ ।

ଏହାର ଉତ୍ତରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଯେ ଧାନ ସଂଗ୍ରହରେ ରାୟଗଡ଼ାରେ ଚାଷୀଙ୍କ ସଂଖ୍ୟା ୨୧.୩ ପ୍ରତିଶତ ବଢିଛି । ଯାହାକି ୨୦୧୮-୨୦୧୯,୨୦୨୦-୨୦୨୧ ବର୍ଷ ତୁଳନାରେ ୯୨ ପ୍ରତିଶତ ଅଧିକ । ମାତ୍ର ମନ୍ତ୍ରୀ ସ୍ପଷ୍ଟ ଉତ୍ତର ଦେଇନଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ନରସିଂହ । ଗୃହରେ କିଛି ସମୟ ପାଇଁ ନରସିଂହ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts