ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ । ଚଳିତ ବର୍ଷ ୫ଲକ୍ଷ ୬୮ ହଜାର ୮୧୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ଲକ୍ଷ ୧୭ ହଜାର ୮୭୪ଜଣ ପାସ୍‌ କରିଛନ୍ତି । ମୋଟ ପାସ୍‌ ହାର ୯୦.୫୫ ପ୍ରତିଶତ ରହିଛି । କଟକ ସ୍ଥିତ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଅପରାହ୍ନ ୨ ଟାରୁ ଏହା ୱେବ ସାଇଟରେ ଉପଲବ୍ଧ ହେବ । ସେହିପରି ପରୀକ୍ଷାର୍ଥୀମାନେ ମଧ୍ୟ ମୋବାଇଲ ମାଧ୍ୟମରେ ଫଳାଫଳ ଜାଣିପାରିବେ । ତେବେ ସେମାନେ ନିଜର ମୋବାଇଲରେ OR୧୦ ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750 କୁ ପଠାଇଲେ ଫଳାଫଳ ଜାଣିପାରିବେ ।

ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଥିବା ଜଣାଯାଇଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ  । ସେମାନଙ୍କ ମଦ୍ୟରୁ ୫, ୧୭, ୮୪୭ ପାସ୍‌ କରିଥିବା ବେଳେ ଫେଲ୍ ହୋଇଛନ୍ତି ୮୬୯୯ ଛାତ୍ରଛାତ୍ରୀ ।

ଚଳିତ ବର୍ଷ ୨, ୫୬, ୮୭୭ ଛାତ୍ର ପାସ୍‌ କରିଥିବା ବେଳେ  ୨, ୬୦, ୯୭୦ ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। A1ରେ ୮୧୧୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।  A2ରେ ପାସ୍ କରିଛନ୍ତି ୫୪, ୮୮୯ ପିଲା ।

ରାଜ୍ୟର ୩ଟି ସ୍କୁଲରେ କୌଣସି ପିଲା ପାସ୍ କରି ନାହାନ୍ତି। ଅର୍ଥାତ ଶୂନ ରେଜଲ୍ଟ ହୋଇଛି।  ସେଥିମଧ୍ୟରେ ମାଲକାନଗିରିର ୨ଟି ଓ ଅନୁଗୁଳର ଗୋଟିଏ ସ୍କୁଲ  ଥିବା କହିଛନ୍ତି ମନ୍ତ୍ରୀ।  ମାଲକାନଗିରିର ୨ଟି ସ୍କୁଲରେ ମୋଟ ୨ଟି ପିଲା ପଢୁଥିବା ବେଳେ  ଅନୁଗୁଳର ଉକ୍ତ ସ୍କୁଲରେ ମଧ୍ୟ ୨ଜଣ ପିଲା ପଢୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ।

ମେ ୨୧ରୁ ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ କରାଯାଇଥିଲା । ଚଳିତ ବର୍ଷ ନୂଆ ମୂଲ୍ୟାୟନ ପଦ୍ଧତିରେ ଖାତା ଦେଖା ହୋଇଛି। ଇଣ୍ଟରନାଲ୍ ଆସେସମେଣ୍ଟ, ସମେଟିଭ ଆସେସମେଣ୍ଟ ଓ୍ୱାନ୍ ଓ ସମେଟିଭି ଆସେସ୍ମେଣ୍ଟ ଟୁ ର ୱେଟେଜ୍ ଆଧାରରେ ପିଲାଙ୍କୁ ମାର୍କ ଦିଆଯାଇଛି ।

୨୦୨୧ରେଜଲ୍ଟ ହାର ଥିଲା ୯୭. ୮୯% । ଗତବର୍ଷ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ।  ଗତବର୍ଷ ୫ ଲକ୍ଷ ୭୪ ହଜାର ୧୨୫ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପିଲା ପାସ୍ କରିଥିଲେ ।

A1ରେ ୨, ୬୫୬, A2ରେ ୨୨ ହଜାର ୧୩୧ ପିଲା ଥିଲେ  । B1ରେ ୫୨ ହଜାର ୨୯୯, B2ରେ ୯୪ ହଜାର ୪୭୫ ଜଣ ଥିଲେ  । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ଥିଲା । ୨ ଲକ୍ଷ ୮୧ ହଜାର ୬୫୮ ଜଣ ଝିଅ ପାସ୍ ହୋଇଥିଲେ । ୨ ଲକ୍ଷ ୮୦ ହଜାର ୩୫୨ ଜଣ ପୁଅ ପାସ୍ ହୋଇଥିଲେ  । ୭,୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିଲେ ।

ଗତବର୍ଷ ଶତ ପ୍ରତିଶତ ରେଜଲ୍ଟ କରିଥିଲେ ୫, ୯୪୫ ସ୍କୁଲ । ଏକ୍ସ ରେଗୁଲାର ପାସ୍ ହାର ୮୮.୩୩ % ଥିଲା । ୨୦୨୦ରେ ପାସ୍ ହାର ଥିଲା ୭୮.୭୬%। ୨୦୧୯ରେ ମାଟ୍ରିକ ପାସ୍ ହାର ଥିଲା ୭୦.୭୮% । ୨୦୮ରେ ମାଟ୍ରିକ ପାସ୍ ହାର ଥିଲା ୭୭.୨୩% ।