ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ମାମଲା; ନିଲମ୍ବିତ ହେଲେ ତହସିଲଦାର ଓ ଅତିରିକ୍ତ ତହସିଲଦାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ତହସିଲଦାର ମାଘବାନ ବାଗ ଓ ଅତିରିକ୍ତ ତହସିଲଦାର ହରେକୃଷ୍ଣ ରାଉତଙ୍କୁ କାର୍ୟ୍ୟରୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀର ଧୁମାମରା ଜମି କେଳେଙ୍କାରୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଜମି ମାଫିଆ ମାଧବ ପୃଷ୍ଟି ସହ ଉତ୍ତମ ନାଗକୁ ଗିରଫ କରିଥିଲା ସଦର ଥାନା ପୋଲିସ । ଅନ୍ୟ ଜଣେ ସହଯୋଗୀ ଦେବରାଜ ରାଉତକୁ ଥାନାରେ ଅଟକ ରଖିଥିଲା ପୋଲିସ୍ । ହ୍ୟାଣ୍ଡରାଇଟିଂ ବ୍ୟୁରୋଙ୍କୁ ଜବତ ଦସ୍ତାବିଜ ପଠାଯାଇଥିଲା । ସେପଟେ ୯୧ ଉଜଚଉରେ ତହସିଲଦାରଙ୍କୁ ବଲାଙ୍ଗୀର ପୋଲିସ ନୋଟିସ୍ ଜାରି କରିଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts