ମୋହନା : ଗଜପତି ଜିଲ୍ଲା ମୋହନା ଧେପସାହିରେ ଘଟିଛି ଏକ ଦୁଖଦ ଘଟଣା | ଶ୍ୱାସରୁଦ୍ଧ ହୋଇ ଚାଲିଯାଇଛି ୩ଜଣଙ୍କ ଜୀବନ | ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ,ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ରାତିରେ ଶୋଇଥିବା ବେଳେ ୩ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତକମାନେ ଚାଓମିନ୍ ବନାଇ ବିଭିନ୍ନ ଦୋକାନରେ ଯୋଗାଉଥିଲେ । ବୁଧବାର କାମ ସରିବା ପରେ ଗ୍ୟାସ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଯାହାଫଳରେ ରାତିରେ ଶୋଇଥିବା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା । ହେଲେ ଏବେ ଯାଏଁ ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ, ମୃତ୍ୟୁ କିପରି ହେଲା ?
ସେପଟେ ଘଟଣା ସଂପର୍କରେ ସୂଚନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ମିଳିଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି |





