ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନାଗାବଳୀ ନଦୀରେ ଫସିଥିବା ୨ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମବାହିନୀ । ଅଗ୍ନିଶମବାହିନୀ ଓ ପୋଲିସର ମିଳିତ ଉଦ୍ୟମରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛିା ହଠାତ ବନ୍ୟା ପାଣି ଆସିବା ଫଳରେ ୨ ଜଣ ନଦୀ ମଧରେ ଫସିଯାଇଥିଲେ ।
ରାୟଗଡା ଜିଲ୍ଲା ଦେଇ ଯାଇଥିବା ନାଗାବଳୀ ନଦୀରେ ଏହି ଦୁଇ ଜଣ ଫସିଯାଇଥିଲେ । ଝୁଲା ବ୍ରିଜ୍ ନିକଟରେ ଫସିଥିବା ଏହି ଦୁଇଜଣଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମବାହିନୀ ଉଦ୍ୟମ ଜୋରଦାର ଉଦ୍ୟମ କରିଥିଲେ । ଏ ଦୁଇ ଜଣ କାଶୀପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।
