ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍‌ ଗତ ଦୁଇ ଦିନ ତଳେ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ । ପେଟରେ ଯନ୍ତ୍ରଣା ଅନୁଭବ କରିବା ନେଇ ତାଙ୍କୁ ହସ୍ପିଟାଲ ରେ ଭର୍ତି କରଯାଇଥିଲା । ତେବେ ତାଙ୍କ ଅସୁସ୍ଥତା ର କାରଣ କାଲୀବେନ୍‌ ନଦୀର ଦୂଷିତ ପାଣି । ଯାହାକୁ ପିଇ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ସୁଲତାନପୁର ଲୋଧୀରେ ଥିବା ଏହି ପବିତ୍ର ନଦୀରୁ ପାଣି ପିଇବାର ଦୁଇଦିନ ପରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଦୂଷିତ ନଦୀରୁ ପାଣି ପିଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦୂଷିତ ପାଣି ପିଇ ଅସୁସ୍ଥ ହୋଇଗଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗୱନ୍ତ ମାନ୍‌Stomach Infection ଯୋଗୁଁ ତା ଦୁଇ ଦିନ ପୂର୍ବରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ନାନା ମେଡିକାଲ ଟେଷ୍ଟ କରାଯାଇଥିଲା । ମଙ୍ଗଳବାର ରାତିରେ ମାନଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଏୟାର ଲିଫ୍ଟ କରି ଦିଲ୍ଲୀ ନିଆଯାଇଥିଲା ।ଦିଲ୍ଲୀ ଯିବା ସମୟରେ ସେ ନିଜ ପୂର୍ଣ୍ଣ ସୁରକ୍ଷାକର୍ମୀଙ୍କୁ ମଧ୍ୟ ସାଥିରେ ନେଇନଥିବା ଜଣାପଡ଼ିଛି । ତେବେ ଦୁଇ ଦିନର ଚିକିତ୍ସା ପରେ ଗୁରୁବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ପଞ୍ଜାବ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ଏହାପରେ ସେ ଘନଘନ ବୈଠକ କରୁଥିବା ଜଣାପଡ଼ିଛି ।

ଗତ ରବିବାର ଦିନ ସୁଲତାନପୁର ଲୋଧୀ ଗସ୍ତ କରିଥିଲେ ଭାଗୱନ୍ତ ମାନ୍‌ । ସେଠାରେ ଥିବା ପବିତ୍ର କାଲୀବେନ୍‌ ନଦୀରୁ ସେ ପାଣି ପିଇଥିଲେ । ଏହି ନଦୀ ପାଣି ଦୂଷିତ ବୋଲି ପୂର୍ବରୁ କୁହାଯାଇଥିଲା । ତେବେ ପଞ୍ଜାବ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ କାଲୀବେନ୍‌ ନଦୀ ପାଣିକୁ ବିଷୋଧନ କରାଯାଇଛି । ଏହାକୁ ପିଇଲେ କୌଣସି ସମସ୍ୟା ନାହିଁ ।