ନୂଆଦିଲ୍ଲୀ : ଦେଶକୁ ମିଳିଛି ନୂଆ ରାଷ୍ଟ୍ରପତି । ତେବେ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସୋମବାର ଦିନ ଶପଥ ନେବେ । ଏନେଇ ପ୍ରସ୍ତୁତି ଜୋର୍ ସୋର୍ ରେ ଆରମ୍ଭ ହୋଇଯାଇଥିବା ବେଳେ, ଶପଥଗ୍ରହଣ ସମାରୋହ ଲାଗି କେତେକ ସରକାରୀ କାର୍ଯ୍ୟାଳୟଙ୍କ ଆଂଶିକ ବନ୍ଦ ଲାଗି କାର୍ମିକ ମନ୍ତ୍ରାଳୟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ ଅନୁସାରେ ସେଦିନ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିବ। ସବୁ ସରକାରୀ ବିଭାଗ ଓ ମନ୍ତ୍ରାଳୟଙ୍କୁ ଜାରି ଆଦେଶରେ ଭାରତର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ସମାରୋହ ୨୫ ଜୁଲାଇରେ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ।

ଆଦେଶ ଅନୁସାରେ ବିଧ୍ୱଂସକ ଗତିବିଧି ରୋଧୀ ଯାଞ୍ଚ ଲାଗି ୨୫ ଜୁଲାଇ ସକାଳ ୬ଟାରୁ ୩୦ କାର୍ଯ୍ୟାଳୟ ଖାଲି କରାଯିବ। ଏହି ସବୁ କାର୍ଯ୍ୟାଳୟ ଶପଥଗ୍ରହଣ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିବ। ଏବେ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ସମାରୋହ ଲାଗି ଏହି ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିବ।

ଆଦେଶ ଅନୁସାରେ ଯେଉଁ ବିଭାଗଙ୍କୁ ଖୁବ୍ ଶୀଘ୍ର ଖାଲି କରାଯିବ ସେସବୁରେ ସାଉଥ ବ୍ଲକ୍, ନର୍ଥ ବ୍ଲକ୍, ରେଲ ଭବନ, କୃଷି ଭବନ, ପ୍ରେସଟ୍ରଷ୍ଟ ଅଫ ଇଣ୍ଡିଆ ଭବନ, ସେନା ଭବନ, ବାୟୁ ଭବନ, ଉଦ୍ୟୋଗ ଭବନ ଓ ନିର୍ମାଣ ଭବନ ମଧ୍ୟ ବନ୍ଦ ରହିବ। ଏହି ସବୁ ବିଲ୍ଡିଂ ୨୫ ଜୁଲାଇ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ।