ମହିଳା କମିଶନଙ୍କ ନିକଟରେ ୭୨୮୮ ମାମଲା ସମାଧାନ ନହୋଇ ପଡି ରହିଛି : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭାରେ ମହିଳା କମିସନ୍‌ ପ୍ରସଙ୍ଗରେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ରମ୍‌ ଉତ୍ତର ରଖି କହିଛନ୍ତି ଯେ ‘ମହିଳା କମିସନ ଗଠନ ହେବା ପରଠୁ କମିଶନଙ୍କ ନିକଟରେ ମୋଟ ୭୭ ହଜାର ୫୬୯ ଗୋଟି ମାମଲା ଦାଖଲ ହୋଇଛି। ସେ ମଧ୍ୟରୁ ୭୦ ହଜାର ୨୮୧ ଟି ମାମଲାର ଫଇସଲା ହୋଇସାରିଛି। ମାତ୍ର ଏବେ ବି ଆହୁରି ୭୨୮୮ ଗୋଟି ମାମଲା ମହିଳା କମିସନଙ୍କ ନିକଟରେ ସମାଧାନ ନହୋଇ ପଡି ରହିଛି। ଏହି ସବୁ ମାମଲା ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମାଧାନ ହୋଇ ପାରୁ ନଥିବା ସୂଚନା ରହିଛି।’

Related Posts