ରାଜ୍ୟରେ ପିସି କାରବାରକୁ ନେଇ ସରଗରମ ବିଧାନସଭା; ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାଵ ଉପରେ ଗୃହରେ ସରଗରମ ଆଲୋଚନା ହୋଇଛି। ଆଲୋଚନା ବେଳେ ବିରୋଧୀ ମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟରେ ପିସି କାରବାର ଭୟାବହ ରୋଗରେ ପରିଣତ ହୋଇଛି। ସବୁ ବର୍ଗର ଅଧିକାରୀ ଏଥିରେ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟପ ପିସି କହିବା ଦିନଠୁ ରାଜ୍ୟରେ ପିସି କାରବାର ଅଧିକ ବଢିଛି। ଶୂନ୍ୟ ସହନଶୀଳତା କଥା କେବଳ ନିର୍ମଳ ଭାବମୂର୍ତ୍ତି ଗଠନ କରିବା ପାଇଁ। ଏହି ଶବ୍ଦ ମୁଖ୍ୟମନ୍ତ୍ରୀ ଭାବମୂର୍ତ୍ତି ଗଠନ କରିବା ପାଇଁ ଅସ୍ତ୍ର ହୋଇଛି। ବିଜେଡି ସରକାର ନୁହେଁ ବରଂ ଏହା ପିସି ସରକାର କହି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ରାଜ୍ୟରେ ପିସି କାରବାର ଚରମ ସୀମାରେ ପହଁଚିବା ସତ୍ୟ ନୁହେଁ, ସମ୍ପୂର୍ଣ୍ଣ ଭୀତ୍ତିହୀନ। ଦୁର୍ନୀତିକୁ ମୂଳପୋଛ କରିବା ପାଇଁ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କଣ୍ଟ୍ରାକ୍ଟରମାନଙ୍କୁ ଲାଇସେନ୍ସ ପ୍ରଦାନଠୁ ବିଲ ପଇଠ ପର୍ଯ୍ୟନ୍ତ ସବୁ କିଛି ଅନ ଲାଇନରେ ହେଉଛି। ୨୦୨୧ ଜାନୁଆରି ୧ ତାରିଖ ଠାରୁ ୨୦୨୨ ଜୁନ୍‌ ୨୩ ତାରିଖ ସୁଦ୍ଧା ୭୫୮ଟି ମାମଲା ରୁଜ୍ଜୁ ହୋଇଛି। ସେଥି ମଧ୍ୟରୁ ୭୬ ଜଣ ‘କ’ ବର୍ଗର , ୬୮ ଜଣ ‘ଖ’ ବର୍ଗର ସମୁଦାୟ ୨୭୨ ଜଣଙ୍କୁ ଗିରଫ କରାଯାଇଛି। ୨୫୪.୭ କୋଟି ଟଙ୍କା ଜବତ କରାଯାଇଛି। ୭୫ଟି ମାମଲାରେ ୮୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୫ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ।

Related Posts