ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଇଡିର କାର୍ଭି ଷ୍ଟକ ବ୍ରୋକିଂ ଲିଃ(କେଏସବିଏଲ) ଉପରେ ଆକ୍ସନ । ପ୍ରାୟ ୧୧୦ କୋଟି ଟଙ୍କାର ମୂଲ୍ୟର ସମ୍ପତ୍ତି ଜବତ କରିଛି ଇଡି। ଗ୍ରୁପର ଜମି, ବିଲଡିଂ, ନଗଦ ଟଙ୍କା, ବିଦେଶୀ ମୁଦ୍ରା ଓ ଅଳଙ୍କାରକୁ ମିଶାଇ ମୋଟ ୧୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
କେଏସବିଏଲ ଓ ଏହାର ସିଏମଡି କୋମାନଦୁର ପାର୍ଥସାରଥୀଙ୍କ ନାଁରେ ଇଡି ପିଏମଏଲଏ ଅନୁଯାୟୀ ଇଡି ମାମଲା କରିଥିଲା।
ଆଜିର ୧୧୦ କୋଟି ଟଙ୍କା ସମ୍ପତ୍ତି ପୂର୍ବରୁ ଇଡି ଏହି ମାମଲାରେ ୧୯୮୪.୮୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଏଥିସହ ପାର୍ଥସାରଥୀ ଓ ଗ୍ରୁପର ସିଏଫଓ ହରି କ୍ରିଷ୍ଣାଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏବେ ସେମାନେ ଜାମିନରେ ଅଛନ୍ତି ।
