ଦୁଇ ଦିନ ଉପବାସ ପରେ ସ୍ୱାଭାବିକ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ଉପବାସ ରେ ରହିବା ପରେ ଏବେ ସ୍ୱାଭାବିକ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି । ଗତ ୯ ତାରିଖ ସନ୍ଧ୍ୟା ୪ ଟାରୁ ବନ୍ଦ ଥିଲା ନୀତି । ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କୁ ଉପାସରେ ରହିବାକୁ ପଡିଥିଲା । ଏନେଇ ସୂଚନା ଦେଇଛନ୍ତି ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚିକାନ୍ତ ପୂଜାପଣ୍ଡା ।

ସୂଚନା ଥାଉକି, ଶ୍ରୀ ଲିଙ୍ଗରାଜଙ୍କ ପଇତା ନୀତିକୁ ନେଇ ଲାଗିରହିଥିଲା ବିବାଦ । ଖାଲି ସେତିକି ନୁହେଁ ମହାପ୍ରଭୁଙ୍କୁ ମଧ୍ୟ ଉପବାସ ରଖିଥିଲେ ।

ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗ ନିଜ ନିଜ ଜିଦ୍‌ରେ ଅଟଳ ରହିବାରୁ ବହୁ ପୁରାତନ ପରମ୍ପରା ସମ୍ପନ୍ନ ହେବାରେ ବାଧା ହୋଇଥିଲା । ମଙ୍ଗଳବାର ଥିଲା ମହାପ୍ରଭୁଙ୍କ ପବିତ୍ରାରୋପଣ ନୀତିର ପ୍ରାକ୍‌ ପ୍ରସ୍ତୁତି କାର୍ଯ୍ୟ । ସେସବୁକୁ ସମ୍ପାଦନ କରାଯାଇନଥିଲା ।

ମଙ୍ଗଳବାର ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ନୀତି ପାଇଁ ପଇତା ବିନ୍ଦୁସାଗରରେ ଧୁଆ ହୋଇ ଅଧିବାସ ଓ ପରେ ବଡ଼ସିଂହାର ନୀତି କରାଯିବାର କାର୍ଯ୍ୟକ୍ରମ ଥିଲା । ଏସବୁ ନ ହୋଇ ପାରିବା କାରଣରୁ ରାତି ୯ଟାରୁ ସମସ୍ତ ନୀତି ବନ୍ଦ ରହିଥିଲା । ଫଳରେ ବୁଧବାର ପବିତ୍ର ଶିବ ଚତୁର୍ଦ୍ଦଶୀରେ ଶ୍ରୀଜିଉଙ୍କଠାରେ ପଇତା ଲାଗି ହୋଇନିଥିଲା ।

Related Posts