ସମ୍ବଲପୁର : ହୀରାକୁଦର ଉପରମୁଣ୍ଡ ଓ ତଳ ମୁଣ୍ଡରେ ବର୍ଷା କମ ନେଇ ବନ୍ଦ ହେଲା ଗେଟ୍ । ପ୍ରଥମ ପର୍ଯ୍ୟାୟରେ ବନ୍ଦ ହେଲା ୪ ଟି ଗେଟ୍ । ଏବେ ମୋଟ୍ ୩୬ଟି ଗେଟ୍ ଦେଇ ବନ୍ୟାଜଳ ପ୍ରବାହିତ ହେଉଛି । ସଂଧ୍ୟା ସମୟରେ ଆଉ କିଛି ଗେଟ୍ ବନ୍ଦ ହେବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ବୁଧବାରଠୁ ଉପରମୁଣ୍ଡରେ ବର୍ଷା ହେଉନାହିଁ । ପୂର୍ବ ତୁଳନାରେ ଉପରମୁଣ୍ଡରୁ କମ୍ ପାଣି ଆସୁଛି । ଏପିରିକି ତଳମୁଣ୍ଡରେ ମଧ୍ୟ ବର୍ଷା ହେଉନାହିଁ । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ ଜଳସ୍ତର କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ୪ଟି ଗେଟ୍ ବନ୍ଦ କରାଯାଇଛି ।
ସକାଳେ ମୋଟ୍ ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଏବେ ୩୬ଟି ଗେଟ୍ ଦେଇ ବନ୍ୟା ଜଳ ଛଡାଯାଉଛି । ବର୍ତ୍ତମାନ ହୀରାକୁଦର ଜଳଭଣ୍ଡାରରେ ୬୨୪.୪୩ ଫୁଟ୍ ଜଳସ୍ତର ରହିଛି ।





