ବୋରିଗୁମ୍ମା : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ କାର୍ଯ୍ୟାଳୟ ସମୁଖରେ ଥିବା ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ କୁନା ମାଝୀ ବୋଲି ଜଣା ପଡିଛି ।
ଖବର ଅନୁଯାୟୀ, ରବିବାର ଦିନ କିଛି ସ୍ଥାନୀୟଲୋକେ ଗାଧୋଇବା ସମୟରେ ଶବଟି ପାଣିରେ ଭାସୁଥିବା ଦେଖିଥିଲେ । ଏନେଇ କୋଟପାଡ଼ ପୋଲିସକୁ ଖବର ଦେଇଥିଲେ। ଖବର ପାଇ କୋଟପାଡ଼ ଥାନା ଅଧିକାରୀ ଶେଷଦେବ ବେହେରା ଓଡ୍ରାଫ ଟିମକୁ ଧରି ଶବକୁ ଉଦ୍ଧାର କରିଛନ୍ତି। ଶବକୁ ବ୍ୟବଛେଦ ପାଇଁ ପଠାଯାଉଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।
ମୃତ ଯୁବକ ଜଣକ କୋଟପାଡ଼ କାଉନସିଲର କୁଲୁ ମାଝୀଙ୍କ ଭାଇ ବୋଲି ଜଣାପଡ଼ିଛି।
