ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ । ତେବେ ତାଙ୍କ ମୃତ୍ୟୁକୁ ନେଇ ପୋଲିସ ତଦନ୍ତ ପକ୍ରିୟାକୁ ଜୋରଦାର କରିଥିବା ବେଳେ, ପ୍ରାଥମିକ ଅନୁସନ୍ଧାନ ଆଧାରରେ ପୋଲିସ କହିଛି ଯେ ଯେଉଁ ବିଳାସପୂର୍ଣ୍ଣ କାରରେ ସାଇରସ୍ ମିସ୍ତ୍ରୀ ଏବଂ ଜାହାଙ୍ଗୀର ପାଣ୍ଡୋଲଙ୍କ ମୃତ୍ୟୁ ହେଲା । ବହୁତ ଦ୍ରୁତ ଗତିରେ ଯାତ୍ରା କରୁଥିଲା ସେହି କାର୍ । କାରର ଗତି ନିୟନ୍ତ୍ରଣ ନହୋଇଥିବାରୁ ଏପରି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛ ।

ପୋଲିସ କହିଛି ଗାଡିରେ ଯାଉଥିବା ସାଇରସ୍ ମିସ୍ତ୍ରୀ ଏବଂ ଜାହଙ୍ଗୀର ପାଣ୍ଡୋଲଙ୍କ ଉଭୟ ପଛ ସିଟରେ ବସିଥିଲେ । ହେଲେ ଏମାନଙ୍କ ମଧ୍ୟରୁ କେହି ସିଟ୍ ବେଲ୍ଟ ପିନ୍ଧି ନଥିଲେ । ଯେଉଁଥିପାଇଁ ଏପରି ଦୁର୍ଘଟଣା ଘଟଛି । ପାଲଗରର ଚରୋଟି ଚେକ୍ ପୋଷ୍ଟ ଅତିକ୍ରମ କରିବା କାରଟି ୯ମିନିଟରେ ୨୦ କିଲୋମିଟର ଯାତ୍ରା କରିଥିଲା ।

ପୋଲିସ କହିଛି ଯେ ମଧ୍ୟାହ୍ନ ୨.୨୧ସମୟରେ ପୋଷ୍ଟରେ କଏଦ ହୋଇଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରୁ ସବୁକିଛି ଜଣାପଡିଛି । ଏହା ପରେ କାରର ବେଗ ଥିବା ଜଣାପଡିଥିଲା । ପୋଲିସ କହିଛି ଯେ ଯେତେବେଳେ କାରଟି ସୂର୍ଯ୍ୟ ନଦୀ ଉପରେ ଥିବା ଏକ ବ୍ରିଜ ଉପରେ ପହଞ୍ଚିଥିଲା ସେତେବଳେ ଏହି ଦର୍ଘଟଣା ଘଟିଥିଲା । ସେତେବେଳେ ସମୟ ପ୍ରାୟ ଦିନ ୨.୩୦ ସମୟ ହେବ ।

ଏଥିରୁ ସ୍ପଷ୍ଟ ଜଣାପଡେ ଯେ, କାରଟି ଏହି ଦୂରତାକୁ ମାତ୍ର ନଅ ମିନିଟରେ ଅତିକ୍ରମ କରିଥିଲା । ରିପୋର୍ଟରେ କୁହାଯାଇଛି ଯେ ଡ୍ରାଇଭିଂ କରୁଥିବା ଅନାହିତା ପାଣ୍ଡୋଲ ଗତି ନିୟନ୍ତ୍ରଣ କରିପାରିନଥିଲେ, ଫଳରେ ଦୁର୍ଘଟଣା ଘଟିଥିଲା । ସାଇରସ୍ ମିସ୍ତ୍ରୀ ଯେଉଁ କାରରେ ଯାଉଥିଲେ, ସେଥିରେ ୪ ଜଣ ଥିଲେ । କାରଟିକୁ ଡ୍ରାଇଭ କରୁଥିଲେ ମୁମ୍ବାଇର ସ୍ତ୍ରୀ ରୋଗ ବିଶେଷଜ୍ଞ ଅନାହିତା ପାଣ୍ଡୋଲ କାର ଚଳାଉଥିଲେ।

ଯେତେବେଳେ ସେ ସୂର୍ଯ୍ୟ ନଦୀ ଉପରେ ଥିବା ବ୍ରିଜ୍ ଉପରେ ରୋଡ୍ ଡିଭାଇଡର୍ ଉପରେ ଧକ୍କା ଦେଇଥିଲା ସେତେବେଳେ ସେ ଗାଡିଟିର ଗତି ଜୋର ଥିଲା ।