ଲଦାଖ: ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗ ଅଞ୍ଚଳରୁ ଚୀନ ସେନା ପ୍ରତ୍ୟାହାର ହେବ । ଏନେଇ ଚୀନ ପକ୍ଷରୁ ସହମତି ପ୍ରକାଶ ପାଇଛି । ତେବେ ସେପ୍ଟେମ୍ବର ୧୨ ତାରିଖ ସୁଧା ଉଭୟ ଭାରତ ଓ ଚୀନ ନିଜ ନିଜର ସେନା ପ୍ରତ୍ୟାହାର କରିବେ ବୋଲି ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୀମାରେ ଚୀନର ଦାଦାଗିରି ଯୋଗୁ ଭାରତ ଏହାକୁ ବିରୋଧ କରିଥିଲା। ଫଳରେ ଉଭୟ ଦେଶ ଯବାନଙ୍କ ମଧ୍ୟରେ ଗୁପ୍ତରେ ଲଢ଼େଇ ହୋଇଥିଲା। ଏଥିରେ ଉଭୟ ଦେଶର ଯବାନଙ୍କ ମୃତ୍ୟୁ ହୋଇଥିଲା। ସେବେଠାରୁ ପ୍ରାୟ ଦୁଇ ବର୍ଷରୁ ଅଧିକ ହେବ ଉଭୟ ଦେଶ ସୀମା ମାଡ଼ି ବସିଥିଲେ। ସୀମାରୁ ସୈନ୍ୟ ହଟାଇବା ନେଇ ପୂର୍ବରୁ ଅନେକ ଥର ଆଲୋଚନା ହୋଇଛି। ଏହି ଆଲୋଚନା ଭିତରେ ଶେଷରେ ଚୀନ ସେନା ହଟାଇବାକୁ ରାଜି ହୋଇଛି।
କେବଳ ଭାରତ ନୁହେଁ ସେନା ହଟାଇବାକୁ ନେଇ ଚୀନ ପକ୍ଷରୁ ବି ସୁନିଶ୍ଚିତ କରାଯାଇଛି। ଆସନ୍ତା ସପ୍ତାହରେ ଉଜ୍ବେକିସ୍ତାନରେ ଏକ ବୈଠକ ରହିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଯୋଗ ଦେଇପାରନ୍ତି।
ସେନା ପ୍ରତ୍ୟାହାର ନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଗତ ଶୁକ୍ରବାର ସୂଚନା ଦିଆଯାଇଛି।
