ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ତଥା ସିଡିଏସ୍ ନିଯୁକ୍ତ ହୋଇଥିବା ଅବସରପ୍ରାପ୍ତ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ଆଜି ଶପଥ ଗ୍ରହଣ କରିବେ । ସେ ତିନିଟି ଷ୍ଟାର ସହ ଲେଫ୍ଟେନାଣ୍ଟ ଜେନେରାଲ ଭାବେ ଅବସର ନେଇଥିବା ଚୌହ୍ୱାନ ଆଜି ୪ ଟି ଷ୍ଟାର ସହ ସିିଡିଏସ୍ ଭାବେ ଦାୟିତ୍ଵ ଗ୍ରହଣ କରିବେ। ଶ୍ରୀ ଚୌହାନ ୧୯୬୧ ମସିହା ମେ ୧୮ ତାରିଖରେ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ।ସେ ୧୯୮୧ ମସିହାରେ ପ୍ରଥମ କରି ୧୧ ଗୋର୍ଖା ରାଇଫଲରେ ଯୋଗ ଦେଇଥିଲେ । ସେନାରେ ତାଙ୍କର ଦୀର୍ଘ ୪୦ ବର୍ଷର ଅଭିଜ୍ଞତା ରହିଛି ।

ତେବେ ଗତ ୨୦୨୧ ମେ ମାସରେ ଲେଫ୍ଟେନାଣ୍ଟ ଜେନେରାଲ ଅନୀଲ ଚୌହ୍ୱାନ ପୂର୍ବ ଆର୍ମିର କମାଣ୍ଡର ଥିବା ବେଳେ ଅବସର ନେଇଥିଲେ । ଆଙ୍ଗୋଲାରେ ହୋଇଥିବା ଜାତିସଂଘ ମିଶନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ । ଆଜି ଦେଶର ଦ୍ୱିତୀୟ ସିଡିଏସ୍ ଭାବେ ଶପଥ ଗ୍ରହଣ କରିବେ ଲେଫ୍ଟେନାଣ୍ଟ ଜେନେରାଲ ଅନିଲ ଚୌହ୍ୱାନ। ତେବେ ଗତ ଡିସେମ୍ବର ମାସରେ ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ପୂର୍ବତନ ସିଡିଏସ୍ ଜେନେରାଲ ବିପିନ ରାୱତ ଶହୀଦ ହୋଇଥିଲେ । ଏହାପରେ ଏହି ପଦଟି ଖାଲି ପଡିଥିଲା। ଆଜି ଶପଥ ଗ୍ରହଣ ପରେ ଶ୍ରୀ ଚୌହାନ ସିଡିଏସ୍ ଭାବେ ଦେଶର ତିନି ସେନା ସହ ଯୋଗାଯୋଗ ରଖିବା ସହ ସାମରିକ ମନ୍ତ୍ରଣାଳୟକୁ ସିଧାସଳଖ ସହଯୋଗ କରିବେ ।