ଭୁବନେଶ୍ୱର : କେନାଲରେ ବୁଡି ଗଲେ ୩ ଯୁବକ । ଜଗତପୁର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ଯାଇ ୩ ଯୁବକ ନିଖୋଜ ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭାସି ଯାଇ ନିଖୋଜ ହୋଇଥିବା ସୂଚନା ।

ନିଖୋଜ ୩ ଜଣଙ୍କ ମଧ୍ୟରେ ୨ ଜଣ କଟକ ଚାଉଳିଆଗଞ୍ଜ ଓ ଜଣେ ଚୌଦ୍ୱାର ଅଂଚଳର ବୋଲି ଜଣାପଡିଛି । ଗତକାଲି ଚୌଦ୍ଵାରରେ ଭସାଣି ଦେଖି ଫେରୁଥିବା ବେଳେ ଏମାନେ ପଟ୍ଟାମୁଣ୍ଡାଇ କେନାଲ ପାଖରେ ମଦ ପିଉଥିଲେ । ଏତିକି ବେଳେ କିଛି ଅଘଟଣ ଘଟି ଏମାନେ ଭାସିଯାଇଥିବା ଅନୁମାନ କରାଯାଉଛି ।

ଚୌଦ୍ଵାର ରୁପଯାତ୍ରା ଭସାଣୀ ଦେଖିସାରି ଘରକୁ ଫେରୁଥିବା ସମୟରେ ପଟ୍ଟାମୁଣ୍ଡାଇ କେନାଲରେ ଗାଧୋଇବାକୁ ଯାଇଥିଲେ ୪ ସାଙ୍ଗ । ଗାଧୋଉ ଥିବାବେଳେ ହଠାତ୍ ୪ ଜଣ ଖସି ପଡ଼ିଥିଲେ । ତେବେ ସେଥିରୁ ଜଣେ ପହଁରି କୁଳରେ ଲାଗିଥିଲେ । ଆଜି ସକାଳୁ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ଜଗତପୁର ପୋଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।