ସୋନପୁର : ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗାଁ ରେ ଫୁଟିଲା ଗୁଳି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୋନପୁର ଜିଲ୍ଲା ବିରମହାରାଜପୁର ଥାନା ରୁଗୁଡ଼ପାଲି ଗାଁରେ ଘଟିଛି ଏପରି ଘଟଣା ଘଟିଛି । ତେବେ ଏନେଇ ଖବର ପାଇବା ପରେ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ରୁଗୁଡିପାଲି ଗାଁର ପଞ୍ଚାନନ ମିଶ୍ର ଗାଁରେ ଥିବା ବେଳେ ବାଘରତୈଲା ଗାଁର ଜଣେ ଯୁବକ ଆସି ୫ ରୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ପଞ୍ଚାନନଙ୍କ ମୁଣ୍ଡ ଓ ପିଠିରେ ୨ଟି ଗୁଳି ରହିଯାଇଥିଲା । ଯାହାଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଦେହରୁ ୨ଟି ଗୁଳି କଢାଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ ମେଡିକାଲକୁ ସ୍ତାନାନ୍ତର କରାଯାଇଛି । ବୀରମହାରାଜପୁର ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛି