ଭୁବନେଶ୍ୱର: ରାଜ୍ୟରେ ଏବେ ନକଲି ଔଷଧ ବିକ୍ରି ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍ ରେ ଡ୍ରଗ୍ସ କଂଟ୍ରୋଲ । ଅନେକ ସ୍ଥାନରେ ଅତର୍କିତ ଚଢାଉ କରିବା ସହ ନକଲି ଔଷଧ ଜବତ କରିଛି । ତେବେ ଏହାରି ମଧ୍ୟରେ ନକଲି ଔଷଧ ଉପରେ ନିୟନ୍ତ୍ରଣ ପାଇଁ ଡ୍ରଗ୍ସ କଂଟ୍ରୋଲର ନୂଆ ବ୍ୟବସ୍ଥା କରିଛି ।
ଡ୍ରଗ୍ସ କଂଟ୍ରୋଲର ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସ୍ପେକ୍ଟରଙ୍କ ହ୍ୱାଟ୍ସଅପ୍ ନମ୍ବର । ସହରର ସମସ୍ତ ଔଷଧ ଦୋକାନ ବାହାରେ ଡ୍ରଗ୍ସ କଂଟ୍ରୋଲ ପକ୍ଷରୁ ହ୍ୱାଟ୍ସଅପ୍ ନମ୍ବର ଲଗାଯାଇଛି । ଔଷଧକୁ ନେଇ କୌଣସି ବି ଅଭିଯୋଗ ରହିଲେ ଏହି ନମ୍ବରରେ ଅଭିଯୋଗ କରିପାରିବେ ଗ୍ରାହକ ।
ଟୁଇନ ସିଟିରେ ନକଲି ଔଷଧକୁ ନେଇ ଅନେକ ଚିତ୍ର ସାମ୍ନାକୁ ଆସିବା ପରେ ସଜାଗ ଡ୍ରଗ୍ସ କଂଟ୍ରୋଲ । ଗ୍ରାହକଙ୍କ ଅଭିଯୋଗ ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି ।
