ଆରମ୍ଭ ହେଲା ଭାରତ-ପାକିସ୍ତାନ ଆଇସିସି ଟି-୨୦ ବିଶ୍ୱକପ୍ ମୁକାବିଲା: ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଆଜି ଭାରତ-ପାକିସ୍ତାନ ମୁହାମୁହିଁ ହେବେ । ଆଇସିସି ଟି-୨୦ ବିଶ୍ୱକପ୍ ମୁକାବିଲାରେ ଦୁଇ ପ୍ରତିଧ୍ଵନି ପରସ୍ପରକୁ ଭେଟିବେ । ତେବେ ଏହାରି ମଧ୍ୟରେ ଆରମ୍ଭ ହୋଇଯାଇଛି ଖେଳ ।

ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଚୂଡ଼ାନ୍ତ ଏକାଦଶରେ ସାମି, ଭୁବନେଶ୍ୱର ଓ ଅର୍ଶଦୀପ ସଂ ରହିଛନ୍ତି । ସେହିପରି ଅର. ଅଶ୍ୱିନ ଓ ଅଲରାଉଣ୍ଡର ଅକ୍ଷୟ ପଟେଲ ସ୍ପିନ ଦାୟିତ୍ୱରେ ରହିଛନ୍ତି । ସୁପର-୧୨ ପର‌୍ୟ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ୧ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍ବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମୁକାବିଲା ହେଉଛି ।

ହେଲେ ସାରବିଶ୍ବର କୋଟିକୋଟି କ୍ରିକେଟ୍ପ୍ରେମୀଙ୍କ ନଜର ଏହି ମହା ମୁକାବିଲା ଉପରେ ରହିଛି । ଆନ୍ତର୍ଜାତିକ ସ୍ତରରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କମ୍ ଖେଳାଯାଏ । କେବଳ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୋଇଥାଆନ୍ତି। ତେଣୁ କ୍ରିକେଟ୍ପ୍ରେମୀ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରିଥାଆନ୍ତି। ମାସକ ତଳେ ଏସିଆ କପ୍ରେ ଏହି ୨ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଉଭୟ ଦଳ ଥରେ ଲେଖାଏଁ ଜିତିଥିଲେ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର‌୍ୟ୍ୟାୟରେ ଉଭୟ ଦଳଙ୍କ ମୁକାବିଲାରେ ପାକିସ୍ତାନ ୧୦ ୱିକେଟ୍ ଜିତିଥିଲା। ୧୧ ମାସ ପରେ ପୁଣିଥରେ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି ।

ଅନ୍ୟପକ୍ଷରେ ଗତବର୍ଷର ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଛି । ଭାରତ ଓ ପାକିସ୍ତାନ ଗତ ୨ ବର୍ଷର ଦୁଇ ସଫଳ ଟ୍ବେଣ୍ଟି୨୦ ଦଳ । ଭାରତୀୟ ଦଳର ଶକ୍ତି ହେଉଛି ଏହାର ବ୍ୟାଟିଂ । ହେଲେ ଭାରତୀୟ ବୋଲିଂରେ ଦୁର୍ବଳତା ଅଛି । ଯାହା ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତି ଯୋଗୁଁ ଘଟିଛି । ଅନ୍ୟପକ୍ଷରେ ପାକିସ୍ତାନର ବ୍ୟାଟିଂ ମୁଖ୍ୟତଃ ଏହାର ଦୁଇ ଓପ୍ନର ମହମ୍ମଦ ରିଜ୍ୱାନ ଓ ଅଧିନାୟକ ବାବର ଆଜମ୍ଙ୍କ ଉପରେ ନିର୍ଭରକରେ । ନିକଟରେ ପାକିସ୍ତାନ ଦଳର ସଫଳତାରେ ଏହି ଦୁଇ ଓପ୍ନରଙ୍କ ଯୋଗଦାନ ସର୍ବାଧିକ । ଫଖର ଜମାନ୍ ଆହତ ଥିବାରୁ ପାକିସ୍ତାନର ମଧ୍ୟକ୍ରମ ଦୁର୍ବଳ ରହିଛି । ଯଦି ପାକିସ୍ତାନର ଦୁଇ ଓପ୍ନରଙ୍କୁ ପାୱରପ୍ଲେ ମଧ୍ୟରେ ଭାରତ ଆଉଟ୍ କରିଦିଏଟ୍ଟ ତେବେ ପାକିସ୍ତାନକୁ ଅଳ୍ପ ସ୍କୋର୍ରେ ରୋକିହେବ।

Related Posts