ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀ ପଡା ଥାନା ଗଣିଘସା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିିଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ଅଭିଯୁକ୍ତ ପୁଅର ନାମ ଆକାଶ ମୁଣ୍ଡା । ତେବେ ଆକାଶ ଆଜି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିଲା । ପରେ ଛେଳିକୁ ଧରି ଘରକୁ ଫେରିଥିବା ବେଳେ ଗୋଟିଏ ଛେଳି ନିଖୋଜ ଥିବା ଜଣାପଡିଥିଲା ।
ବାପା ଭୁବନ ମୁଣ୍ଡା ଛେଳି ହଜି ଯାଇଥିବା ନେଇ ପୁଅକୁ ପଚାରିବା ପରେ ଦୁଇ ଜଣକ ମଧ୍ୟରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା । ଏହାପରେ ପୁଅ ଆକାଶ ଏକ ଠେଙ୍ଗା ଆଣି ବାପା ଭୁବନ ମୁଣ୍ଡାଙ୍କୁ ପିଟିବାରୁ ବାପା ଗୁରୁତର ହୋଇଯାଇଥିଲେ । ସଙ୍ଗେସଙ୍ଗେ ତାଙ୍କୁ ଲହୁଣୀ ପଡା ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ଆକାଶକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
