ନୂଆଦିଲ୍ଲୀ: କମ୍ୱୋଡିଆର ରାଜଧାନୀ ନମପେହ୍ନରେ ଆସିୟାନ-ଭାରତ ସ୍ମାରକ ଶିଖର ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ୟୁକ୍ରେନ ବିଦେଶ ମନ୍ତ୍ରୀ ଦିମିତ୍ରୋ କୁଲେବାଙ୍କୁ ଭେଟିଛନ୍ତି । ଏହି ଅବସରରେ ଦୁଇ ନେତା ୟୁଏସ ଯୁଦ୍ଧ ଏବଂ ପରମାଣୁ ବିପଦ ଉପରେ ଆଲୋଚନା କରିଛନ୍ତି।
ଜୟଶଙ୍କର ଟ୍ୱିଟ୍ କରି କହିଛନ୍ତି, ୟୁକ୍ରେନ ଯୁଦ୍ଧ, ବିଶ୍ୱ ଖାଦ୍ୟ ସଂକଟ ଏବଂ ପରମାଣୁ ଚିନ୍ତା ସହ ଜଡିତ ମାମଲା ରହିଛି।
ୟୁକ୍ରେନରେ ଜାରି ଯୁଦ୍ଧ ମଧ୍ୟରେ ରୁଷ ଦ୍ୱାରା ପରମାଣୁ ବୋମାର ବ୍ୟବହାରର ଆଶଙ୍କା ନେଇ ବିଭିନ୍ନ ମିଡିଆ ରିପୋର୍ଟରେ ଖବର ପ୍ରକାଶ ଆସିଥିଲା । ତେବେ ରୁଷ ଅନେକ ଥର ଏହି ଖବରକୁ ଖଣ୍ଡନ କରିଛି। ଅନ୍ୟପଟେ ୟୁକ୍ରେନ ସୀମାରେ ପରମାଣୁ ମିଶାଇଲ ଉତକ୍ଷେପଣ କ୍ଷମତା ରଖୁଥିବା ଯୁଦ୍ଧ ବିମାନ ମୁତୟନ କରି ରଖିଛି । ଯାହାକୁ ନେଇ ଅନ୍ୟଦେଶ ରୁଷର ବୟାନକୁ ଭରସା କରିପାରୁ ନାହାନ୍ତି। ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ପରମାଣୁ ଆକ୍ରମଣ ଆଶଂକାକୁ ନେଇ ଅନେତ ଥର ଚେତାବନୀ ଦେଇସାରିଛନ୍ତି
