ହାଇଦ୍ରାବାଦ: ତେଲେଙ୍ଗାନା ମନ୍ତ୍ରୀଙ୍କ ପିଏଙ୍କ ପୁଅ କଲେ ଆତ୍ମହତ୍ୟା । ଲୋକଙ୍କଠାରୁ ଟଙ୍କା ଠକି ନେଇଥିବାର ଆରୋପ ଲାଗିବାରୁ ସେ ଜୀବନ ହାରିଛନ୍ତି । ସରକାରୀ ଫ୍ଲାଟ ଯୋଗାଇବା ବଦଳରେ ଟଙ୍କା ନେଇଥିବା ଅଭିଯୋଗ ହେବା ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ପରେ ତେଲେଙ୍ଗାନା ମନ୍ତ୍ରୀ ଶ୍ରୀନିବାସ ଗୌଡଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶ୍ରୀନିବାସ ଗୌଡଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଦେବେନ୍ଦ୍ରଙ୍କ ପୁଅ ଅକ୍ଷୟ କୁମାର (୨୩) ସୋମବାର କୋଣ୍ଡାପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ବେକରେ ରଶି ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି।

ଗାଚିବୌଲି ଇନ୍ସପେକ୍ଟର ଜି ସୁରେଶଙ୍କ ଅନୁଯାୟୀ ଅକ୍ଷୟଙ୍କ ବିରୋଧରେ ଦୁଇ ମାସ ପୂର୍ବେ ମଦବୁବନଗରରେ ରାଜ୍ୟ ସରକାରଙ୍କ କଲ୍ୟାଣ ଯୋଜନା ଅଧୀନରେ ଡବଲ ବେଡରୁମ ଫ୍ଲାଟ ବାଣ୍ଟିବା ‌ପାଇଁ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ଏଭଳି ଅଭିଯୋଗ ହେବା ପରେ ସେ ହାଇଦ୍ରାବାଦରେ ଚାକିରି କରିବା ପାଇଁ ନିଜ ଭଉଣୀଙ୍କ ଘରକୁ ଆସିଥିଲେ। ହେଲେ ସୋମବାର ସକାଳେ ତାଙ୍କର ମୃତଦେହ ଭଉଣୀଙ୍କ ଘରୁ ମିଳିଥିଲା। ତାଙ୍କ ଉପରେ ଲାଗିଥିବା ଅଭିଯୋଗ ପାଇଁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ସୋମବାର ଅକ୍ଷୟଙ୍କ ମୃତଦେହ କୋଣ୍ଡାପୁରରେ ଥିବା ତାଙ୍କ ଭଉଣୀ ଘରୁ ମିଳିଥିଲା। ମୃତଦେହକୁ ଏବେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ଏନେଇ ଅଧିକ ତଦନ୍ତ ଚାଲିଛି।