ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରୀ ରହିଛି କଂଗ୍ରେସର ଭାରତ ଯୋଡା ଯାତ୍ରା । ଏହି ଯାତ୍ରା ସମୟରେ ରାହୁଲ୍ ଗାନ୍ଧୀଙ୍କ ପରିପକ୍ୱ ବୟସ ମଧ୍ୟ ସ୍ପଷ୍ଟ ଜଣାପଡୁଛି । ଏହାରି ଭିତରେ ରାହୁଲ ଗାନ୍ଧୀଙ୍କ ଦାଢିକୁ ନେଇ ବିଜେପି ନେତା ଟାର୍ଗେଟ କରିଛନ୍ତି । ଶୁକ୍ରବାର ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, କେହି କେବଳ ଦାଢି ବଢାଇଲେ ନରେନ୍ଦ୍ର ମୋଦୀ ହୋଇଯିବେ ନାହିଁ । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ମଧ୍ୟ ଦାଢିକୁ ନେଇ ରାହୁଲଙ୍କ ତୁଳନା ଇରାକର ପୂର୍ବତନ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନ ସହ କରିଥିଲେ ।

ସିଏମ ଧାମି କଟାକ୍ଷ କରି କହିଛନ୍ତି, ରାହୁଲ ଗାନ୍ଧୀ ଦାଢି ବଢାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ଛବି କରିବାକୁ ଚାହୁଁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦୀର୍ଘ ଦିନ ଯାଏଁ ଦାଢି ରଖିଥିଲେ । ଯାହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା ।

ଏହା ପୂର୍ବରୁ ହିମନ୍ତ ବିଶ୍ୱ ଶର୍ମା ଗୁଜରାଟରେ ଏକ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀଙ୍କ ଉପରେ କଟାକ୍ଷ କରି କରିଥିଲେ, ଆଣପଙ୍କ ଚେହେରା ସଦ୍ଦାମ ସୁହେନ ପାଇଁ କାହିଁକି ଦେଖାଯାଉଛି । ରାହୁଲ ଗାନ୍ଧୀ ଜୀ ଆପଣଙ୍କ ଚେହେରା ଏପରି ହେବା ଦରକାର, ଯେଉଁଥିରେ ଲୋକମାନେ ମହାତ୍ମା ଗାନ୍ଧୀଙ୍କୁ ଦେଖିପାରିବେ, ସରଦାର ପଟେଲଙ୍କୁ ଦେଖିପାରିବେ । କିନ୍ତୁ ଏପରି ନ ହେବା ଦରକାର ଯେଉଁଥିରେ ସଦ୍ଦାମ ହୁସେନ ଦେଖାଯିବ।