୨୨ ଗ୍ରାମ ବ୍ରାଉନ ସୁଗାର ସହିତ ଜଣେ ଯୁବକ ଗିରଫ

ଧର୍ମଗଡ଼ : ରାଜ୍ୟରେ ଏବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ନିଶା କାରବାର । ବିଶେଷ କରି ଯୁବପିଢି ନିଶା କାରବାର ରେ ଲିପ୍ତ ରହିବା ସହ ନିଶା ସେବନ କରୁଥିବା ନେଇ ସୂଚନା ରହିଛି । ତେବେ ଏହାରି ମଧ୍ୟରେ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛିl ଏଥିରେ ଯୁବ ବର୍ଗ ଲିପ୍ତ ହୋଇ ଅପରାଧ କରୁଥିବା ଦେଖିବାକୁ ମିଳୁଛିl କି ଭବାନିପାଟଣା ପରିବହନ କାର୍ଯ୍ୟାଳୟ ସାମ୍ନାରେ କିଛି ଯୁବକ ବ୍ରାଉନ ସୁଗାର କାରବାର କରୁଥିବା ଅବକାରୀ ବିଭାଗ ଜାଣିପାରିଥିଲାl ଏନେଇ ଅବକାରୀ ପୋଲିସ ଗ୍ରାହକ ହୋଇ ଯାଇଥିଲେ।

ସେଠାରେ ଜଣେ ଯୁବକଙ୍କୁ ୨୨ ଗ୍ରାମ ବ୍ରାଉନ ସୁଗାର ସହିତ ୭ ହଜାର ୩ଶହ ଟଙ୍କା ଏବଂ ଗୋଟିଏ ବାଇକ ଜବତ କରିଥିଲେ। ଗିରଫ ଯୁବକଙ୍କ ପରିଚୟ ଶିବ ସେନାପତି। ସେ ନାକଟିଗୁଡାର ବାସିନ୍ଦା ବୋଲି ଜଣା ପଡିଛି l ଅବକାରୀ ବିଭାଗ ଯୁବକଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିବା ପରେ ପଚରଉଚରା କରିବା ସହ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରଯାଇଛି ବୋଲି ଅବକାରୀ ଅଧିକ୍ଷକ କହିଛନ୍ତି

Related Posts