ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ୪୮ଟି ୱେବ ଚାନେଲ ସୂଚନା ଓ ଲୋକସଂପର୍କ ବିଭାଗ ଅଧୀନରେ ତାଲିକାଭୁକ୍ତ ହୋଇଛନ୍ତି। ଯେଉଁ ୱେବ ଚାନେଲ ବିଭାଗ ଅଧୀନରେ ବିଜ୍ଞାପନ ପାଇଁ ତାଲିକାଭୁକ୍ତ ହୋଇଛନ୍ତି ତାହାର ତଥ୍ୟ ବିଭାଗ ନିକଟରେ ରହିଛି। ତେବେ ରାଜ୍ୟରେ ମୋଟଭାବେ କେତୋଟି ୱେବ ଚାନେଲ ଓ ୟୁ ଟ୍ୟୁବ୍ ଚାନେଲ କାର୍ଯ୍ୟ କରୁଛି ତାହାର ସୂଚନା ବିଭାଗ ନିକଟରେ ନ ଥିବା ବିଧାନସଭାରେ କହିଛନ୍ତି ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ।
ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଅମାତ କହିଛନ୍ତି ଯେ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସୁପାରିସ ହୋଇ ଆସିଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଇଥାଏ।
