ଜଗତସିଂହପୁର : ଜଗତସିଂହପୁର ଜିଲା ରଘୁନାଥପୁର ବ୍ଲକର ପୂର୍ବତନ ଯନ୍ତ୍ରୀ ଅମୀୟ ଚାନ୍ଦ ମଲିକ ଗିରଫ। ଆମ ଗାଁ ଆମ ବିକାଶ ଯୋଜନା ଟଙ୍କା ହେରଫେର ଅଭିଯୋଗରେ ଶନିବାର ତାଙ୍କୁ ରଘୁନାଥପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ବ୍ଲକରେ ଆମ ଗାଁ ଆମ ବିକାଶ ଯୋଜନାରେ ୧କୋଟି ୬୨ଲକ୍ଷ ଟଙ୍କା ହେରଫେରକୁ ନେଇ ଅମିୟଙ୍କ ନାଁରେ ଅଭିଯୋଗ ହୋଇଥିଲା।

ଶନିବାର ମଧ୍ୟାହ୍ଣରେ ପୋଲିସ ଅମିୟଙ୍କୁ ଗିରଫ କରି ଥାନାକୁ ଆଣି ତାଙ୍କୁ ପଚରା ଉଚରା କରିଛି। ପରେ ଏହି ଅଭିଯୋଗରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଗତ ସେପ୍ଟେମ୍ୱର ୩0ରେ ଅବସର ନେଇଛନ୍ତି।