ଭୁବନେଶ୍ୱର,୧୨/୧୨ (ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଚଲାଇବା ମହଙ୍ଗା ପଡିଛି | ଅବକାରୀ ବିଭାଗ ଦୁଇଟି ବାରରେ ଚଢ଼ାଉ କରି କାରଣଦର୍ଶାଅ ନୋଟିସ ଜାରି କରିଛି |

ମିଳିଥିବା ସୂଚନା ମୁତାବକ, କଟକରୋଡ଼ରେ ଥିବା ଏକାମ୍ର ବାର ଓ ରଙ୍ଗିଲା ବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବାର ସୂଚନା ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା | ତେବେ କେବଳ ଏହି ଦୁଇଟି ବାର ନୁହେଁ , ଅବକାରୀ ଟିମ ଗତକାଲି ରାତିରେ ଏକକାଳୀନ ୮ଟି ବାରରେ ଚଢ଼ାଉ କରିଥିଲା | ତେବେ ଲକ୍ଷ୍ମୀସାଗର ଥାନା ପୁଲିସ ସହାୟତାରେ ଏହି ଚଢ଼ାଉ ହୋଇଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ଥିବାରୁ ଏହି ଦୁଇଟି ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ନେଇ ସୂଚନା ମିଳିଛି |