ସୁନ୍ଦରଗଡ଼ କୋଇଡା ଗୋପବନ୍ଧୁ ହାଇସ୍କୁଲର ଆଦିବାସୀ ଛାତ୍ରବାସରେ ଅଗ୍ନିକାଣ୍ଡ

ରାଉରକେଲା: ଛାତ୍ରବାସରେ ଅଗ୍ନିକାଣ୍ଡ ଘଟିଛି । ସୁନ୍ଦରଗଡ଼ ଜିଲା କୋଇଡା ଗୋପବନ୍ଧୁ ହାଇସ୍କୁଲର ଆଦିବାସୀ ଛାତ୍ରବାସରେ ଅଗ୍ନିକାଣ୍ଡ ଘଟିଛି । ଦିନ ପଖାପାଖି ସାଢେ ୧୨ଟା ସମୟରେ ଛାତ୍ରମାନେ ସ୍କୁଲରେ ଥିବା ସମୟରେ ଘଟିଥିଲା ଏହି ଅଗ୍ନିକାଣ୍ଡ ।

ତେବେ ସର୍ଟ ସର୍କିଟ ଯୋଗୁଁ ଛାତ୍ରାବାସରେ ନିଆଁ ଲାଗିଥିବା ଜଣାପଡିଛି । ଛାତ୍ରାବାସର ୬ଗୋଟି ବେଡ, ପିଲାଙ୍କ ଡ୍ରେସ୍ ସହ ବହି ଖାତା ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଅଗ୍ନିଶମ ବିଭାଗର ଦମକଳ ଗାଡ଼ି ଆସି ନିଆଁକୁ କରିଥିଲା ଆୟତ । ଘଟଣାକୁ ନେଇ ଅଧିକ ତଦନ୍ତ ଚାଲିଛି ।

ତେବେ ଏହି ଅଗ୍ନିକାଣ୍ଡରେ ଛାତ୍ରଛାତ୍ରୀଙ୍କ କିଛି କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି ।

Related Posts