ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଜଗଦାନନ୍ଦ ସିଂ ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଆରଜେଡି ନେତା କହିଛନ୍ତି ଯେ, ଘୃଣାର ଭୂମିରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ତେବେ ଜଗଦାନନ୍ଦ ଏହି ବୟାନ ଏପରି ସମୟରେ ଦେଇଛନ୍ତି ଯେଉଁ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୪ ଜାନୁୟାରୀ ୧ ସୁଦ୍ଧାରେ ରାମ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିବ ବୋଲି କହିଥିଲେ।
ତେବେ ଅମିତ ଶାହଙ୍କ ଏହି ବୟାନକୁ ଆଧାର କରି ଜଗଦାନନ୍ଦ ସିଂ କହିଛନ୍ତି ଯେ, “ପ୍ରତ୍ୟେକ କଣିକାରେ ବାସ କରୁଥିବା ରାମ ବର୍ତ୍ତମାନ ପଥରର କାନ୍ଥ ମଧ୍ୟକୁ ଯାଉଛନ୍ତି, ଯେଉଁଠାରେ ଘୃଣା ଭୂମିରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ବର୍ତ୍ତମାନ ଗରିବ, ବସ୍ତି ବାସିନ୍ଦା।, ତୁଳସୀର ରାମ, ଅଯୋଧ୍ୟା ରାମ, ସାବରୀଙ୍କ ଅଇଁଠା କୋଳି ଖାଉଥିବା ରାମ ଆଉ ଭାରତରେ ରହିବେ ନାହିଁ, ହେଲେ ପଥର ଭିତରେ ରହିବେ।”
ଅମିତ ଶାହଙ୍କ ବିୟାନକୁ ଟାର୍ଗେଟ କରି ସେ ଆହୁରି କହିଛନ୍ତି ଯେ, “ଭାରତର ରାମ ପ୍ରତ୍ୟେକ କଣିକାରେ ରହିବେ। ଆରଏସଏସର ରାମ ସେ ଯେଉଁଠାରେ ଚାହିଁବେ ସେଠାରେ ରହିବେ। ଭାରତର ରାମକୁ ଲୋକଙ୍କଠାରୁ କେବେବି ଛଡ଼ାଇ ନିଆଯାଇପାରିବ ନାହିଁ। ଆମେ ଜୟ ଶ୍ରୀରାମଙ୍କ ଲୋକ ନୁହେଁ। ଆମେ କେବଳ ରାମଙ୍କର ଲୋକ ବୋଲି ସେ କହିଛନ୍ତି।
ସେପଟେ ଜଗଦାନନ୍ଦଙ୍କ ଏଭଳି ବୟାନ ପରେ ବିଜେପି ଏହାର ଜବାବ ରଖିଛି। ବିଜେପି ନେତା ଶହଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ, ଆରଜେଡି-କଂଗ୍ରେସ ପାଇଁ ହିନ୍ଦୁ ଧର୍ମକୁ ଆଘାତ ଦେବା ହେଉଛି ଧର୍ମନିରପେକ୍ଷତା। ରାମ ଜନ୍ମଭୂମିକୁ ଘୃଣାର ଦେଶ, ରାମ ମନ୍ଦିର ସୀମା ପ୍ରାଚୀର, ପ୍ରଶଂସକଙ୍କ ରାମ ବୋଲି ବର୍ଣ୍ଣନା କରିବା ପୂର୍ବରୁ, ସେ PFI ଉପରେ ନିଷେଧାଦେଶ ସମୟରେ ମଧ୍ୟ ହିନ୍ଦୁମାନଙ୍କୁ ଟାର୍ଗେଟ କରି ବିବାଦୀୟ ବିୟାନ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ତ୍ରିପୁରାରେ ଏକ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାମ ମନ୍ଦିର ସମ୍ପର୍କରେ କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଥିଲେ ଯେ ରାମ ମନ୍ଦିର ନିର୍ମାଣକୁ ବନ୍ଦ କରିବା ପାଇଁ କଂଗ୍ରେସ କୋର୍ଟକୁ ଯାଇଥିଲା। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମୋଦି ଜି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଭୂମି ପୂଜନ କରିଥିଲେ ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଶାହ କହିଥିଲେ ଯେ, ୨୦୧୯ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି କହୁଥିଲେ ଯେ ସେଠାରେ ମନ୍ଦିର ନିର୍ମାଣ ହେବ, ତାରିଖ କହିବ ନାହିଁ। ଆଜି ରାହୁଲ ଗାନ୍ଧି ଏବଂ ସମସ୍ତେ ଶୁଣିବା ଉଚିତ୍ ଯେ ଅଯୋଧ୍ୟାରେ ଥିବା ଆକାଶ ଛୁଆଁ ରାମ ମନ୍ଦିର ଲୋକଙ୍କ ପାଇଁ ୨୦୨୪ ଜାନୁୟାରୀ ୧ରେ ପ୍ରସ୍ତୁତ ହେବ ବୋଲି ଶାହ କହିଥିଲେ।





