ୟୁପି ସୁଲତାନପୁର ନିକଟରେ ଦୁଇଟି ମାଲବାହୀ ଟ୍ରେନ ମୁହାମୁହିଁ ଧକ୍କା, ୪ ଜଣ ଗୁରୁତର

ଭୁବନେଶ୍ୱର,୧୬/୨(ସତ୍ୟପାଠ ବ୍ୟୁରୋ):ଉତ୍ତର ପ୍ରଦେଶ ସୁଲତାନପୁର ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଫଳରେ ୬ରୁ ଅଧିକ ବଗି ଟ୍ରେନ୍ ଟ୍ରାକରୁ ତଳକୁ ଖସିଯାଇଛି। ଏହି ଟ୍ରେନ୍ ଦୁର୍ଘଟଣା ୪ ଜଣ ଲୋକୋ ପାଇଲଟ୍ ଆହତ ହୋଇଥିବା ଜଣାପଡିଛି। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରେନ୍ ଦୁର୍ଘଟଣାସ୍ଥଳରେ ରେଳୱେର ଅଧିକାରୀ ପହଞ୍ଚି ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଗୁରୁବାର ସକାଳେ ଉତ୍ତର ପ୍ରଦେଶର ସୁଲତାନପୁର ନିକଟ ଏକ ବଡ ଟ୍ରେନ୍ ଦୁର୍ଘଟଣା ଘଟିଛି। ଟ୍ରେନ୍ ଜଙ୍କସନ ନିକଟରେ ୨ ଟି ମାଲଗାଡ଼ି ସାମ୍ନାସାମ୍ନି ଧକ୍କା ହୋଇଛି। ଦୁର୍ଘଟଣାରେ ମାଲଗାଡ଼ିର ୪ ଜଣ ଲୋକୋ ପାଇଲଟ୍ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଅନେକ ବଗି ଟ୍ରକ୍‌ରୁ ଖସି ପଡିଥିବା ଜଣାପଡିଛ। ଫଳରେ ଲ‌କ୍ଷ୍ନୌ- ବାରାଣାସୀ ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳଧାରଣାରୁ ଦୁର୍ଘଟଣା ଗସ୍ତ ମାଲଗାଡ଼ି ବଗି ଗୁଡ଼ିକୁ ହଟାଇବା ପାଇଁ ଉଦ୍ୟମ ଚାଲିଛି। ଏହା ରୁଟ୍ ଦେଇ ଯାଉଥିବା ଅନେକ ଟ୍ରେନ୍‌କୁ ବାତିଲ କରାଯାଉଥିବା ବେଳେ କିଛି ଟ୍ରେନ୍‌କୁ ଆଶଂକ ବାତିଲ କରାଯାଇଥିବା ସୂଚନା ମିଳିଛି। ଆଉ କିଛି ଟ୍ରେନ୍‌ର ରୁଟ୍ ପରିବର୍ତ୍ତନ କରାଯାଇଛି।

Related Posts