ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ଖଣି ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଆୟ ତୁଳନାରେ ଉମେଶଙ୍କ ୩୬୮ ପ୍ରତିଶତ ସମ୍ପତ୍ତି ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଗତକାଲି ଉମେଶଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ରେଡ କରିଥିଲା। ଭୁବନେଶ୍ୱର ସହ କେନ୍ଦୁଝରରେ ଭିଜିଲାନ୍ସର ୧୩ଟି ଟିମ୍ ୧୦ ଜଣ ଡିଏସପିଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲା । ଆଉ ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଭୁବନେଶ୍ୱରରେ ଏକ ବହୁତଳ କୋଠା ଠାବ ହୋଇଥିବା ବେଳେ କେନ୍ଦୁଝରରେ ୩ଟି କୋଠା, କେନ୍ଦୁଝରର ପ୍ରମୁଖ ସ୍ଥାନରେ ୫ଟି ପ୍ଲଟ ମିଳିଛି ।
ରେଡ୍ ବେଳେ ଭିଜିଲାନ୍ସ ହାତରେ ୧.୬୪ କୋଟି ନଗଦ ଟଙ୍କା ଲାଗିଛି । ସେହିଭଳି ୬୫୦ ଗ୍ରାମର ସୁନା ଅଳଙ୍କାର, ଗୋଟିଏ କାର, ୨ଟି ଦୁଇ ଚକିଆ ଯାନ ମିଳିଥିବା ବେଳେ ବ୍ୟାଙ୍କ ଓ ବୀମା କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ । ଜେନାଙ୍କ ଠାରୁ କୋଟିଏରୁ ଅଧିକ ସମ୍ପତ୍ତି ମିଳିଥିବା ବେଳେ ତାଙ୍କ ପୁଅଙ୍କ ବ୍ୟବସାୟ ଓ ସ୍ତ୍ରୀ ବୀମା ଏଜେଣ୍ଟ ଥିବା ଏବଂ ସେହି ଆୟରୁ ଏତେ ସମ୍ପତ୍ତି କରିଥିବା ସେ ଦାବି କରିଛନ୍ତି।





