ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା; ମାର୍ଚ୍ଚ ୨୧ରେ ହେବ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ରିମାଣ୍ଡ ଓ ଜାମିନକୁ ନେଇ କୋର୍ଟରେ ଶୁଣାଣି ଶେଷ ହୋଇଛି। କୋର୍ଟ ତରଫରୁ ଇଡିର ରିମାଣ୍ଡ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ମାର୍ଚ୍ଚ ୨୧ ତାରିଖରେ ହେବ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ଶୁଣାଣି ବେଳେ ଇଡି ତରଫରୁ ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କୁ ଆବେଦନ କରିଥିଲେ । ଇଡି ତରଫରୁ ଓକିଲ କହିଥିଲେ କି ଅବକାରୀ ନୀତିରେ ପରିବର୍ତ୍ତନ କରି ମନୀଷ ସିସୋଦିଆ ହୋଲସେଲରଙ୍କୁ ବେଆଇନ ରୋଜଗାର ଦେଇଥିବା କଥା ଅଭିଯୋଗ କରିଥିଲେ । ହେଲେ ଇଡି ଓକିଲଙ୍କ ଏଭଳି ଯୁକ୍ତିକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ।

ସୂଚନାଯୋଗ୍ୟ ଯେ, ଜାମିନ ଆବେଦନ ଉପରେ ଶୁଣାଣିର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତକାଲି ଇଡି ତରଫରୁ ମନୀଷ ସିସୋଦିଆଙ୍କୁ ତିହାର ଜେଲରେ ଦୀର୍ଘ ସମୟ ଜେରା କରିଥିଲା । ଏହାପରେ ତାଙ୍କୁ ଗିରଫ କରିଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲା । ଇଡି ପୂର୍ବରୁ ଫେବୃଆରୀ ୨୬ ତାରିଖରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା ।

ଇଡି ତରଫରୁ ମାମଲା ଲଢୁଥିବା ଓକିଲ କୋର୍ଟଙ୍କୁ କହିଥିଲେ କି ଦିଲ୍ଲୀ ଅବକାରୀ ନୀତିର ସଂସୋଧନ କରି ସିସୋଦିଆ ନିଜର କିଛି ଲୋକଙ୍କୁ ମଦ ବ୍ୟବସାୟର ଠିକା ଦେଇଥଲେ । ହୋଲସେଲରଙ୍କୁ ୧୨ ପ୍ରତିଶତ ମାର୍ଜିନ ଲାଭ ଦିଆଯାଇଥିଲା । ଯାହାକି ବିଶେଷଜ୍ଞ କମିଟିର ରାୟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହାସହ ସିସୋଦିଆ ଇଡିକୁ ଯାଂଚରେ ସହଯୋଗ କରୁନଥିବା ଇଡି କୋର୍ଟଙ୍କ ନିକଟରେ ଅଭିଯୋଗ କରିଛି।

Related Posts